ହେମନ୍ତ ସୋରେନଙ୍କୁ କୋର୍ଟଙ୍କ ଝଟକା

ଝାଡଖଣ୍ଡ(ବଡ଼ ଖବର ବ୍ୟୁରୋ):ହେମନ୍ତ ସୋରେଙ୍କୁ କୋର୍ଟ ଝଟକା ଦେଇଛନ୍ତି । କଥିତ ଜମି ଦୁର୍ନୀତି ମାମଲାରେ ମାମଲାର ଆଜି ଶୁଣାଣି ହୋଇଛି । ମେ’୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନଙ୍କ ଓକିଲ କପିଲ ସିବଲଙ୍କ ତରଫରୁ କୋର୍ଟରେ ଦଲିଲ ରଖାଯାଇଥିଲା । ସେପେଟେ ଝାଡଖଣ୍ଡର ଏମପିଏମଲଏ କୋର୍ଟ ହେମନ୍ତ ସୋରେନଙ୍କୁ ବଡ ଝଟକା ଦେଇଛନ୍ତି । ହେମନ୍ତଙ୍କ ଗିରଫଦାରୀକୁ ବିରୋଧ କରାଯାଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଏହାପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମେ’୧୭ ତାରିଖରେ ହେବ ବୋଲି ସ୍ଥିର କରିଛନ୍ତି । କପିଲ ସିବଲ ସୋରେନଙ୍କ ପକ୍ଷ ରଖି କୋର୍ଟଙ୍କୁ କହିଥିଲେ କି, “ମୋର ଏହି ମାମଲାର ମିଳିଥିବା ଆଦେଶକୁ ପୁନରାବୃତି କରାଯାଉ, ଓ ମୋତେ ନିର୍ବାଚନ ଅଭିଯାନରେ ସାମିଲ ହେବା ପାଇଁ ଜାମିନ ପ୍ରଦାନ କରାଯାଉ” । ସିବଲଙ୍କ ଯୁକ୍ତି ଉପରେ କୋର୍ଟ କହିଛନ୍ତି କି, ଏହି ସପ୍ତାହରେ ଅନେକଗୁଡିଏ କାମ ରହିଛି ଓ ଅନେକ ମାମଲାର ଶୁଣାଣି ପାଇଁ ତାରିଖ ଧାର‌୍ୟ୍ୟ ହୋଇସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ