Masthead

ହେମନ୍ତ ସୋରେନଙ୍କୁ କୋର୍ଟଙ୍କ ଝଟକା

ଝାଡଖଣ୍ଡ(ବଡ଼ ଖବର ବ୍ୟୁରୋ):ହେମନ୍ତ ସୋରେଙ୍କୁ କୋର୍ଟ ଝଟକା ଦେଇଛନ୍ତି । କଥିତ ଜମି ଦୁର୍ନୀତି ମାମଲାରେ ମାମଲାର ଆଜି ଶୁଣାଣି ହୋଇଛି । ମେ’୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନଙ୍କ ଓକିଲ କପିଲ ସିବଲଙ୍କ ତରଫରୁ କୋର୍ଟରେ ଦଲିଲ ରଖାଯାଇଥିଲା । ସେପେଟେ ଝାଡଖଣ୍ଡର ଏମପିଏମଲଏ କୋର୍ଟ ହେମନ୍ତ ସୋରେନଙ୍କୁ ବଡ ଝଟକା ଦେଇଛନ୍ତି । ହେମନ୍ତଙ୍କ ଗିରଫଦାରୀକୁ ବିରୋଧ କରାଯାଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଏହାପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମେ’୧୭ ତାରିଖରେ ହେବ ବୋଲି ସ୍ଥିର କରିଛନ୍ତି । କପିଲ ସିବଲ ସୋରେନଙ୍କ ପକ୍ଷ ରଖି କୋର୍ଟଙ୍କୁ କହିଥିଲେ କି, “ମୋର ଏହି ମାମଲାର ମିଳିଥିବା ଆଦେଶକୁ ପୁନରାବୃତି କରାଯାଉ, ଓ ମୋତେ ନିର୍ବାଚନ ଅଭିଯାନରେ ସାମିଲ ହେବା ପାଇଁ ଜାମିନ ପ୍ରଦାନ କରାଯାଉ” । ସିବଲଙ୍କ ଯୁକ୍ତି ଉପରେ କୋର୍ଟ କହିଛନ୍ତି କି, ଏହି ସପ୍ତାହରେ ଅନେକଗୁଡିଏ କାମ ରହିଛି ଓ ଅନେକ ମାମଲାର ଶୁଣାଣି ପାଇଁ ତାରିଖ ଧାର‌୍ୟ୍ୟ ହୋଇସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ