Masthead

୨୯ ଦିନର ଅନଶନ ପରେ ଡାକରା ଆସିଲା

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ ) : ୨୯ ଦିନର ଅନଶନ ପରେ ଡାକରା ଆସିଲା କଲେକ୍ଟର ଅଫିସରୁ । ବଡ଼ ଖବରରେ ଲଗାତାର ଖବର ପ୍ରସାରଣ ପରେ ବାଟକୁ ଆସିଲା ପ୍ରଶାସନ । କୋକସରା ସାହାଜଖୋଲ ଜଙ୍ଗଲରୁ ବନବାସୀ ପହଞ୍ଚିଲେ ନବରଙ୍ଗପୁର ଜିଲ୍ଲାପାଳ ଅଫିସକୁ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଡୁମେରପାଣି ଓ ଭତ୍ତାପାଣି ଲୋକଙ୍କୁ ବନ ବିଭାଗ ତଡି ଦେଇଥିଲା । ଅତ୍ୟାଚାର ଏଇଠି ସରିନଥିଲା । ଶାସକ ଦଳର ନେତା ଆଦିବାସୀଙ୍କୁ ଧମକାଇଲେ । ଘଟଣା ସ୍ଥଳକୁ ଗଲେ ଏସପି । କିନ୍ତୁ ବିଜେଡି ନେତାଙ୍କ ପାୱାର ଆଗରେ ପାଟି ବନ୍ଦ କରି ରହିଲେ । ଭଙ୍ଗଲ ଭିତରେ ଜନତା ଆନ୍ଦୋଳନରେ ବସିଲେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ମାସେ ଧରି ଖରା, ବର୍ଷା କାକରରେ ଭିଟା ମାଟିରେ ବସିରହିଲେ ମାଟିର ମଣିଷ । ହେଲେ ବଡ଼ ଖବର ଲଗାତାର ଜଙ୍ଗଲ ଭିତରୁ ଖବର ପ୍ରସାରଣ ।

ବଢିଲା ଚାପ । ପ୍ରଶାସନ ଡାକରା ଦେଲା । ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚିଲେ ମହିଳା ଓ ପୁରୁଷ ବନବାସୀ । ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବନବାସୀ । ବନବାସୀଙ୍କୁ ଦିଆଯିବ ସୁରକ୍ଷା । ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ସମସ୍ତ ସହଯୋଗ ଯୋଗାଇ ଦେବ । ପ୍ରଶାସନ ସହ ଆଲୋଚନା ପରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି । ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସରେ ଆୟୋଜିତ ଆଲୋଚନାରେ ପ୍ରଦୀପ ମାଝିଙ୍କ ସହ ନବରଙ୍ଗପୁର ଜିଲ୍ଲାପାଳ, ଧର୍ମଗଡ଼ ଉପଜିଲ୍ଲାପାଳ, ଏସଡିପିଓ, ଆମପାଣି ଆଇଆଇସି ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କଳାହାଣ୍ଡି କୋକସରା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଡୁମେରପାଣି ଓ ଭତ୍ତାପାଣିର ୪୦ ପରିବାରଙ୍କୁ ଆକ୍ରମଣ କରିଥିଲେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବିଜେଡ଼ି ଯୁବ ନେତା । ଏପରିକି ତାଙ୍କର ଘର ଭାଙ୍ଗି ସହ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହକୁ ନେଇ ପ୍ରତିବାଦ କରିଥିଲେ ବନବାସୀ । ଦୀର୍ଘ ଦିନ ଅନଶନରେ ବସିବା ପରେ ସମାଧାନ ପାଇଁ ଆଗକୁ ଆସିଛି ପ୍ରଶାସନ । ବନବାସୀଙ୍କୁ ଧମକ ଦେଇଥିବା, ଗାଳିଗୁଲଜ କରିଥିବା ବିଜେଡି ଯୁବ ସଭାପତିଙ୍କ ଽିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ । ତାକୁ ହିଁ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା