Masthead

ଭାରତ ପାଇଁ ଆମେରିକା ଘୋଷଣା କଲା ସହାୟତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତକୁ ସହାୟତାର ହାତ ବଢ଼ାଇଲା ଆମେରିକା । ଘୋଷଣା କଲା ୨୫ମିଲିୟନ ଡଲାରର ସହାୟତା ରାଶି । ଭାରତରେ ମହାମାରୀ କରୋନା ବିରୋଧରେ ଚାଲିଥିବା ଲଢ଼େଇ ବିରୋଧରେ ଲଢ଼େଇ ପାଇଁ ଏହି ସହାୟତା ରାଶି ଘୋଷଣା କରିଛି ଆମେରିକା । ଏହି ସହାୟତା ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାକୁ ସହାୟକ ହେବ । ଦସ୍ୱବ ଦିନିଆ ଭାରତ ଗସ୍ତରେ ଆସିଥିବା ଆଣ୍ଟୋନୀ ବ୍ଲିନକେନ ଆଜି ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଏକ ବୈଠକ କରିବା ପରେ ଏପରି ଘୋଷଣା କରିଛନ୍ତି । ସେ କହିଛନ୍ତି, କୋଭିଡ-୧୯ ସହାୟତା ବାବଦରେ ଆମେରିକା ୨୦୦ ମିଲିୟନ ଡଲାର ଖର୍ଚ୍ଚ କରି ସାରିଛି। ଏବେ ଆମେରିକା ସରକାର ବନ୍ଧୁ ଭାରତ ପାଇଁ ଅତିରିକ୍ତ ୨୫ ମିଲିୟନ ଡଲାରର ସହାୟତା ପଠାଇବେ। ସମଗ୍ର ଭାରତରେ ଚାଲିଥିବା ଟିକାକରଣରେ ଏହି ଖର୍ଚ୍ଚ କରାଯିବ। ଟିକା ସପ୍ଲାଇ ଚେନ୍‌କୁ ଅଧିକ ସୁଦୃଢ଼ କରାଯାଇ ଲୋକଙ୍କୁ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ।

ଲଜିଷ୍ଟିକ, ଟିକାକୁ ନେଇ ହେଉଥିବା ଅପପ୍ରଚାର, ଟିକା ନେବାକୁ କୁଣ୍ଠାବୋଧ ପ୍ରକାଶ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଭଳି କାର୍ୟ୍ୟରେ ଏହା ବିନିଯୋଗ କରାଯିବ । କୋଭିଡ-୧୯ ଉଭୟ ଭାରତ ଓ ଆମେରିକାରେ ବ୍ୟାପକ କ୍ଷତି ଘଟାଇଛି। ମହାମାରୀ ସମୟରେ ଭାରତ ଆମକୁ କରିଥିବା ସହାୟତାକୁ ଆମେ କେବେ ହେଲେ ଭୁଲି ପାରିବୁ ନାହିଁ। ଆଜି ଭାରତକୁ ସହଯୋଗ କରିବାକୁ ସୁଯୋଗ ମିଳିଥିବାରୁ ଆମେ ସମସ୍ତେ ଗର୍ବିତ ବୋଲି ବ୍ଲିନକେନ କହିଛନ୍ତି।

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମେରିକା ସବୁବେଳେ ଟିକା ତିଆର ପାଇଁ ଆବଶ୍ୟକ ସାମଗ୍ରୀର ସପ୍ଲାଇ ଭାରତକୁ ଜାରି ରଖିବାକୁ ସହମତ ହୋଇଛି। ଶସ୍ତାରେ ସାରା ବିଶ୍ୱରେ ଟିକା ଉପଲବ୍ଧ ହେବାର ଗୁରୁତ୍ୱ ବିଷୟରେ ଆଲଚନା କରାଯାଛି। ଆମର ଆଶା ଆମେରିକା ସବୁବେଳେ ଭାରତୀୟ ଯାତ୍ରୀଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବ। ଦୁଇ ଦେଶ ସବୁ ବେଳେ ଟିକାର ଉପଲବ୍ଧତା ଓ ଉତ୍ପାଦନ ଦିଗରେ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଥିବା ଜୟଶଙ୍କର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ