Masthead

ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା

କଟକ (ବଡ଼ ଖବର ବ୍ୟୁରୋ)  ପୋଲିସ ଧରି ପାରିଲେ ନାହିଁ, ପବ୍ଲିକ୍ ଧରି ପୋଲିସକୁ ଦେଲେ । ପିସିଆର୍ ନଜର ରୁ ଖସିଲା ପବ୍ଲିକ୍ ହାତରେ ଫସିଲା । ସକାଳେ ଘର ଚିହ୍ନଟ, ରାତିରେ ଚୋରୀ । ଦିନରେ ଘର ଖୋଜି ମାର୍କ କରାହେବ । ରାତି ହେଲେ ସେଇ ଘରୁ ଲୁଟ୍ ହେବ । କଟକ ରାଣୀହାଟ ଶଗଡ଼ିଆ ସାହି ଅଞ୍ଚଳରେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଏଭଳି  ଚୋରି ଉପଦ୍ରବ ମଚାଇଥିଲେ ଦୁଇ ଚୋର । ତେବେ ଆଜି ସକାଳ ସମୟରେ ଘର ଟେର୍ ପାଇଁ ଆସି ଫସିଗଲା ଚୋର ଜୟନ୍ତ । ଏବେବି ଫେରାର ଅଛି ସାଥି ମହେଶ ।

ଦୀର୍ଘ ଦୁଇ ମାସ ହେଲା ରାଣୀହାଟ ଶଗଡ଼ିଆ ସାହି ଅଞ୍ଚଳରେ ସାହି ବାସିନ୍ଦାଙ୍କ ନିଦ ହଜାଇ ଦେଇଥିଲେ ଏହି ଦୁଇ ଚୋର । ଆଉ ଆଜି ସ୍ଥାନୀୟ ଲୋକେ କାବୁ କରିବା ପରେ ମଙ୍ଗଳାବାଗ ଥାନାର ଜଣେ ଚୋରକୁ ଜିମା ଦେଇଛନ୍ତି । ତେବେ ଧରା ପଡ଼ିଥିବା ଚୋର ଜଣକର ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ସେ କଟକ ରାଣୀହାଟ୍ ତେଲି ସାହିରେ ଘର ଭଡ଼ା ନେଇ ରହୁଥିଲା । ଅନ୍ୟପଟେ ମଙ୍ଗଳାବାଗ ଥାନା ପୋଲିସକୁ ଉକ୍ତ ଚୋର ଦେଖାଇଛି କିଭଳି ରେକି କରି ପରେ ଆସି ଲୁଟ୍ କରନ୍ତି । ଦେଖିବାକୁ ବାକି ରହିଲା ପୋଲିସ କ’ଣ ପଦକ୍ଷେପ ଗ୍ରହଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ