Masthead

ଲାଲୁଙ୍କ ସମେତ ୯ ଜଣଙ୍କୁ ଜାମିନ ଦେଲେ କୋର୍ଟ

ବିହାର (ବଡ଼ ଖବର ବ୍ୟୁରୋ): ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଯାଦବ ପରିବାରକୁ ବଡ ଆଶ୍ୱସ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଛି ଏହି ଆଶ୍ୱସ୍ତି । ଏହି ମାମଲାରେ ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି ସୋମବାର ହୋଇଥିଲା।

ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୨୫ ଅକ୍ଟୋବରରେ ହେବ। ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ୍‌ରେ ଜାମିନ ପ୍ରଦାନ କରାଯାଇଛି। ଏଥିସହିତ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସେମାନଙ୍କ ପାସ୍‌ପୋର୍ଟ ଦାଖଲ କରିବାକୁ କହିଛନ୍ତି। ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଛନ୍ତି ଯେ ରାବ୍ରି ଦେବୀ, ହେମା ଯାଦବ ଏବଂ ମିସା ଯାଦବଙ୍କୁ ଜାମିନ ପ୍ରଦାନ ପାଇଁ ପୂର୍ବ ନିର୍ଦ୍ଦେଶ ପରି ନିର୍ଦ୍ଦେଶ ଦିଆଯିବ।

ଚାକିରି ପାଇଁ ଜମି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ, ମିସା ଭାରତୀ ରାଉସ୍‌ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ। ଇଡି ଚାର୍ଜଶିଟ୍‌ ଗ୍ରହଣ କରି କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ