Masthead

୩୬ ବର୍ଷର ରୋଗୀଣା ପୁଅର ଆଶାବାଡି ସାଜିଛନ୍ତି ୬୦ ବର୍ଷର ମା’

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ୩୬ ବର୍ଷର ରୋଗୀଣା ପୁଅର ଆଶାବାଡି ସାଜିଛନ୍ତି ୬୦ ବର୍ଷର ମା’ । ଫେଲ ହୋଇଯାଇଛି ୨ଟି କୀଡନୀ । ସ୍ୱାସ୍ଥ୍ୟବସ୍ଥା ଦେଖି ସ୍ତ୍ରୀ ମଧ୍ୟ ଛାଡିଦେଲା ସାଥ୍ । ଯେଉଁଠି ଖାଇବାକୁ ଦି ଓଳି ଦି ମୁଠି ମିଳିବା କଷ୍ଟ ସେଠି ଚିକିତ୍ସା ପାଇଁ ପରିବାର ମୁଣ୍ଡରେ ପଡିଛି ଚଡକ । ସରକାରଙ୍କ ସହାୟତା ଆଶାରେ ଚାନ୍ଦବାଲି ଦୋସିଙ୍ଗା ପଂଚାୟତର ଦୈତାରି ନାୟକ । ମୋ ପୁଅକୁ ବଂଚେଇ ଦିଅ । ମୋ ପୁଅକୁ ଭଲ କରିଦିଅ । ଏଭଳି କିଛି ରହିଛି ମା’ର କୋହଭରା କଥା ।ହେ ସରକାର ମୋ ପୁଅକୁ ବଂଚେଇ  ଦିଅ ଏମିତି କୋହଭରା କଣ୍ଠରେ ଆଖିରୁ ଲୁହ ଝରାଇ ସରକାରଙ୍କୁ ହାତଯୋଡି ଆକୁଳ ନିବେଦନ କରୁଛନ୍ତି ଜଣେ ୬୦ବର୍ଷର ବିଧବା ମା । ଅର୍ଥ ଅଭାବରୁ ଆଜକୁ ତିନିମାସ ହେବ ବିଛଣାରେ ପଡି ରହିଛି ପୁଅ । ଯାହା କିଛି ଥିଲା ସବୁକିଛି ବିକି ଭାଙ୍ଗି ପୁଅର ଚିକିତ୍ସାରେ ଲଗାଇ ସାରିଛି ମା ଏମିତି କି ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ମାଗି ପୁଅକୁ ମେଡିକାଲ ନେଇଛନ୍ତି ମା।

ଓଳିଏ ଖାଇଲେ ଆରଓଳି ଉପବାସ। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ବାଲିସାହି ଗ୍ରାମରେ । ଦୈତାରି ନାୟକ ବୟସ-୩୬ ଆଜକୁ ତିନିମାସ ହେବ ଦୁଇଟି କିଡିନ୍ ହରାଇ ବିଛଣାରେ ପଡି ରହିଛନ୍ତି।ଦୈତାରିର ଜଣେ ବିଭାହିତ ତାଙ୍କର ଗୋଟିଏ ହସ ଖୁସିର ପରିବାର ଥିଲା ଅଚାନକ ଦେହ ଅସୁସ୍ଥ ହେବାରୁ ଡାକ୍ତରକୁ ଦେଖାଇଥିଲେ ଡ଼ାକ୍ତର ସମସ୍ତ ପରିକ୍ଷା ନିରିକ୍ଷା କରି ଜାଣିବାକୁ ପାଇଲେ ଦୈତାରି ର ଦୁଇଟି ଯାକ କିଡିନ୍ ନଷ୍ଟ ହେବାକୁ ବସିଲାଣି। ଏକଥା ଶୁଣି ଦୈତାରିଙ୍କ ପରିବାରରେ ମାଡ଼ି ଯାଇଥିଲା କଳା ବାଦଲ। ସ୍ୱାମୀର କିଡିନ୍ ଖରାପ ଖବର ଶୁଣି ସାତଜନ୍ମ ପାଇଁ ସାଥିହୋଇ ହାତଧରି ଆସିଥିବା ସ୍ତ୍ରୀ ସ୍ୱାମୀ ର ବିପଦ ସମୟରେ ହାତଛାଡି ଚାଲିଗଲା। ଏଭଳି ବିପଦ ସମୟରେ ଦୈତାରି ର ଆଶାବାଡି ସାଜିଛି ଜନ୍ମଦାତ୍ରି ୬୦ବର୍ଷର ବିଧବା ମା। ପୁଅର ଚିକିତ୍ସା ପାଇଁବିଧବା ମା ସରକାର ଏବଂ ଓଡିଶା ବାସିଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା