Masthead

ମହାପ୍ରଭୁଙ୍କ ନୀତିରେ ହେବାକୁ ଯାଉଛି ବଡ଼ ବିଭ୍ରାଟ, ତୁରନ୍ତ ନିଷ୍ପତ୍ତି ବଦଳାନ୍ତୁ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାର କରିବାକୁ ଯାଉଛନ୍ତି ସାଙ୍ଘାତିକ ବିଭ୍ରାଟ । ମହାପ୍ରଭୁଙ୍କ ନୀତିରେ ବଡ଼ ତ୍ରୁଟି ହେବାକୁ ଯାଉଛି । ଏଭଳି ତ୍ରୁଟି ଯାହା ଆଦୌ ହେବା ଉଚିତ୍ ନୁହେଁ । ସ୍ନାନ ପୂର୍ଣ୍ଣିମା ନୀତିକୁ ପୂର୍ଣ୍ଣିମା ତିଥିରେ ନ କରି, ଚତୁର୍ଦ୍ଦଶୀରେ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ହଁ, ଆପଣ ଠିକ୍ ଶୁଣିଲେ । ଦେବସ୍ନାନ ପୂର୍ଣ୍ଣିମାର ନୀତି ପୂର୍ଣ୍ଣିମାରେ ହେବ ନାହିଁ, ବରଂ ଚତୁର୍ଦ୍ଦଶୀରେ କରିବାକୁ ଯାଉଛନ୍ତି ସରକାର । ପ୍ରଥମେ ଦେଖି ନିଅନ୍ତୁ ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ କଣ ନୀତିନିର୍ଘଣ୍ଟ ରଖାଯାଇଛି ।

ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ହସ୍ତାକ୍ଷରରେ ଜାରି ହୋଇଥିବା ଏହି ନୀତି ନିର୍ଘଣ୍ଟକୁ ଦେଖନ୍ତୁ । ଯେଉଁ ଆଧାରରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ସଂପାଦିତ ହେବ । ଏହି ସମୟ ସାରଣୀ କହୁଛି, ରାତି ଗୋଟାଏରୁ ମଙ୍ଗଳାର୍ପଣ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ । ଆଉ ଥରେ ଦେଖନ୍ତୁ ଏହି ସମୟକୁ । ରାତି ଗୋଟାଏ । ସ୍ନାନପୂର୍ଣ୍ଣିମା ପାଇଁ ରାତି ଗୋଟାଏରେ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ଏହି ନୀତି ସ୍ନାନ ପୂର୍ଣ୍ଣିମାର । ହେଲେ ଏହି ନୀତି କେବେ ହେଉଛି, ସରକାର ଜାଣିଛନ୍ତି କି ? ଆମେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସକ ଓ ରାଜ୍ୟବାସୀଙ୍କ ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବାକୁ ଯାଉଛୁ । ଏହି ତଥ୍ୟକୁ ଦେଖନ୍ତୁ ।

ୟେ ହେଉଛି ଓଡିଶା କୋହେନୂର ପ୍ରେସ ପଞ୍ଜିକାର ତଥ୍ୟ । ଓଡିଶାର ପୁରାତନ ପାଞ୍ଜି । ଯେଉଁ ପାଞ୍ଜି ମୁକ୍ତି ମଣ୍ଡପ, ଗଜପତି ମହାରାଜା ଦ୍ୱାରା ସ୍ବୀକୃତିପ୍ରାପ୍ତ । ଏହି ପାଞ୍ଜି ଓଡିଶା ପର୍ବପର୍ବାଣୀ ନିର୍ଦ୍ଧାରଣ କରିବାର ଏକ ବିଶ୍ବସନୀୟ ପାଞ୍ଜି । ଏହି ପାଞ୍ଜିରେ ଉଲ୍ଲେଖ ରହିଛି, ଚତୁର୍ଦ୍ଦଶୀ ତିଥି ରାତି ୩ଟା ୨୯ରେ ସରୁଛି । ମାନେ ୩ଟା ୨୯ ଯାଏଁ ଚତୁର୍ଦ୍ଦଶୀ ରହିଛି । ପୂଣ୍ଣର୍ମୀ ୩ଟା ୩୦ରୁ ଆରମ୍ଭ ହେଉଛି । ଏହାର ଅର୍ଥ ଦେବସ୍ନାନ ପୂର୍ଣ୍ଣିମାର ତିଥି ଆରମ୍ଭ ହେଉଛି ଭୋର୍ ୩ଟା ୩୦ପରେ । ଏହା ପୂର୍ବରୁ ଯାହା ନୀତି ହେବ ତାହା ପୂଣ୍ଣର୍ମୀର ନୁହେଁ, ଚତୁର୍ଦ୍ଦଶୀର । ହିନ୍ଦୁ ଧର୍ମର ସବୁ ରୀତିନୀତି, ଶ୍ରୀମନ୍ଦିରର ନୀତିକାନ୍ତି ଇଂରାଜୀ କ୍ୟାଲେଣ୍ଡର ନୁହେଁ, ବରଂ ପାଞ୍ଜି ଆଧାରରେ ହୁଏ । ଗ୍ରହ, ନକ୍ଷତ୍ର ଗଣନା କରି ପାଞ୍ଜିକାରମାନେ ତିଥି ଓ ସମୟର ନିର୍ଦ୍ଧାରଣ କରନ୍ତି । ପାଞ୍ଜିକୁ ବାଦ୍ ଦେଇ ଦେବ କାର୍ୟ୍ୟର ସମୟ ନିର୍ଦ୍ଧାରଣ ହୋଇପାରିବ ନାହିଁ । ଏ କଥା ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଜଣାଥିବା । କିନ୍ତୁ ଆଶ୍ଚର୍ୟ୍ୟ ଲାଗୁଛି, କାଳିଆ ସାଆନ୍ତଙ୍କ ପୂର୍ଣ୍ଣିମାର ନୀତିକୁ ଚତୁର୍ଦ୍ଦଶୀରେ କରିବାର ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ରାତି ଅଧରେ ମହାପ୍ରଭୁଙ୍କ ପହଣ୍ଡି ଶାସ୍ତ୍ର ସମ୍ମତ ନୁହେଁ, ଏକଥା ଆମେ ପୂର୍ବରୁ ଦେଖାଇ ସାରିଛୁ । ଏବେ କଥା ସାମ୍ନାକୁ ଆସିଲାଣି, ରାତି ଗୋଟାଏରେ ପୂର୍ଣ୍ଣମୀ ତିଥି ହିଁ ନାହିଁ । ତାହେଲେ ଚତୁର୍ଦ୍ଦଶୀରେ କେମିତି ପୂର୍ଣ୍ଣମୀ କରିବାକୁ ଯାଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହା କ’ଣ ନୀତି ବିରୋଧୀ ନୁହେଁ? ଏଭଳି ବିଭ୍ରାଟକୁ କିଭଳି ଶ୍ରୀମନ୍ଦିର ପ୍ରଶାସନ କରୁଛି ଓ ଏହାକୁ ସେବାୟତ ସହିଯାଉଛନ୍ତି ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ । ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ମହାପ୍ରଭୁଙ୍କ ନୀତିରେ ମନମାନୀ କରିବାର ଏହି ଅପଚେଷ୍ଟା କାହିଁକି କରାଯାଉଛି, ତାହା ବି ପ୍ରଶ୍ନବାଚୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI