Before Header

ବିଜେପିକୁ ପୁଣି ଝଟକା; ପରିବହନ ମନ୍ତ୍ରୀ ଓ ତାଙ୍କ ପୁଅ କଂଗ୍ରେସରେ ସାମିଲ

0 124

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପିର ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏଣିକି ପଶ୍ଚିମବଙ୍ଗ ପରେ ଉତ୍ତରାଖଣ୍ଡରେ ଦେଖାଦେଇଛି ଦଳ ବଦଳି ପରମ୍ପରା । ତେବେ ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ଓ ତାଙ୍କର ବିଧାୟକ ପୁଅ ସଞ୍ଜୀବ ଆର୍ଯ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବାର କଥା ସାମ୍ନାକୁ ଆସିଛି ।

ଏହି ସମ୍ମିଳନୀରେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା, ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ତଥା ରାଜ୍ୟ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ସେପଟେ ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ଦଳକୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.