Masthead

ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ। ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ। ବିଜେପି ସଂକଳ୍ପ ପତ୍ର ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’। ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ଜେପି ନଡ୍ଡାଙ୍କ କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ।

ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଅର୍ଥାତ ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ।ନଡ୍ଡା ଆହୁରି କହିଛନ୍ତି ଯେ, ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ଚିନ୍ତା କରେ ମୋଦି ସରକାର। ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏବେ ଭାରତର ଅତି ଗରିବଙ୍କ ସଂଖ୍ୟା ୧%ରୁ ମଧ୍ୟ କମ୍‌। ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ। ଓଡ଼ିଶାରେ ବିରୋଧୀ ଦଳରେ ବସିବାକୁ ଆମେ ନିର୍ବାଚନ ଲଢୁନୁ। ରାଜ୍ୟରେ ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ। ଏନେଇ ଆଜି ଆମେ ସ୍ପଷ୍ଟ ଭାବେ କହୁଛୁ କହିଲେ ନଡ୍ଡା। ଲୋକ ଦାଦନ ପଳାଉଛନ୍ତି, ଏଠା ସରକାରକୁ ଚିନ୍ତା ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ।

ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମହିଳା ନିର୍ୟାତନାରେ ଓଡ଼ିଶା ଦେଶରେ ନମ୍ବର ୱାନ୍‌ ହୋଇଛି। ରେପ୍‌, ମର୍ଡରରେ ବିଜୁ ଜନତା ଦଳର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ୱାସ୍ଥ୍ୟ ବ୍ୟବସ୍ଥା, ହସ୍ପିଟାଲ କୋମାକୁ ଚାଲିଯାଇଛି। ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି। ‘ସଂକଳ୍ପରୁ ସିଦ୍ଧି’ ହିଁ ଆମର ଲକ୍ଷ୍ୟ କହିଲେ ନଡ୍ଡା। ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହିତ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି ନଡ୍ଡା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ