Masthead

୪୦ ଵିଧାୟକଙ୍କୁ କରୋନା ! କେମିତି ଚାଲିଵ ବିଧାନସଭାର ମୌସୁମୀ ଅଧିବେଶନ

ଵିଧାନସଭାର ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ଵର ୨୯ରୁ ଆରମ୍ଭ ହେବ । ତେଵେ ଵିଧାନ ସଭା ଆସିବେନି ଵିଜେଡି ଵିଧାୟକ ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର । କାରଣ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ ପରୀକ୍ଷାରେ ଦୁଇ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ବାଚସ୍ପତି, ବିଧାୟକ, କର୍ମଚାରୀ ଓ ବିଧାନସଭା ଅଧିବେଶନ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଥିଲା । ୭୫୭ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ରବିବାର ଦିନ ୭୦ ଜଣ ବିଧାୟକଙ୍କ ସମେତ ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କୁ ମିଶାଇ ମୋଟ ୨୫୨ ଜଣଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ କରାଯାଇଛି । ଆଜି ଆସିଵ ଏହାର ରିପୋର୍ଟ । ଆଜି ବାକି ଥିବା ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ।
ଏହି ଦୁଇ ଜଣ ବିଧାୟକଙ୍କୁ ମିଶାଇ ରଵିଵାର ସୁଦ୍ଧା ମୋଟ ୪୦ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି । ପୂର୍ବରୁ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ କରୋନା ପଜିଟିଭ୍ ଥିଲା । ଏବେ ତାଙ୍କର ପୁଣି ଥରେ ପଜିଟିଭ୍ ଆସିଛି ।
କୋଭିଡ୍ ସମୟରେ ଚଳିତ ଅଧିବେଶନ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଯେଉଁମାନେ ପଜିଟିଭ୍ ଥିବେ, ସେମାନେ ବିଧାନସଭା ଆସିପାରିବେ ନାହିଁ । ୬୦ ବର୍ଷରୁ ଅଧିକ
ବୟସର ବିଧାୟକମାନେ ଜିଲ୍ଲା ମହକୁମାରେ ଭିଡିଓ କନଫରେନ୍ସିଂରେ ରହି ଅଧିବେଶନରେ ଯୋଗ ଦେଇପାରିବେ ।
ବିଧାୟକଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କୋଭିଡ୍ ସତର୍କତା ଯୋଗୁଁ ସିଟ୍ ଆଗରେ କାଚ ଲାଗିଛି । ବିଧାନସଭା ଅଧିବେଶନ ସମୟକୁ କାଟଛାଂଟ ମଧ୍ୟ କରାଯାଇଛି । ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଅଧିବେଶନ । ଚଳିତ ଅଧିଵେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ଗତ ୬ ମାସ ଭିତରେ ସରକାର ଆଣିଥିବା ୧୨ଟି ଅଧ୍ୟାଦେଶକୁ ବିଲ ଆକାରରେ ବିଧାନସଭାରେ ଉପସ୍ଥାପନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ