Masthead

ପୋଲିସ ଅବହେଳାରୁ ରମେଶଙ୍କ ହେଲା କି ମୃତ୍ୟୁ ?

ଯାଜପୁର (ବଡ଼ ଖବର ବ୍ୟୁରୋ): ପୋଲିସର ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ । ଯାଜପୁର ମଙ୍ଗଳପୁର ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମଙ୍ଗଳପୁର ଥାନା ଦତ୍ତପୁର ଦେୱାନପାଟଣା ଗାଁର ରମେଶ ପରିଡ଼ା ନାମକ ଜଣେ ଯୁବକ ଏକ ଫାଷ୍ଟ ଫୁଡ ଦୋକାନରେ କାମ କରୁଥିଲେ । ଗତ ୨୩ ତାରିଖରେ ରମେଶ ଘରୁ ଦୋକାନ ଯିବାକୁ କହି ବାହାରିଥିଲେ । କିନ୍ତୁ ପାଖ ଗାଁର କିଛି ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରଥିଲେ ।

ଏହି ମାମଲାରେ ରମେଶ କ୍ଷତବିକ୍ଷତ ହୋଇଥିଲେ ସୁଦ୍ଧା ପୋଲିସ ଓଲଟା ରମେଶଙ୍କୁ ଗିରଫ କରିଥିଲେ । ତେବେ ଗିରଫ କରବା ପରେ ରମେଶଙ୍କ ସ୍ୱାସ୍ଥ୍ୟ ପରିକ୍ଷା ନକରି ଏକ ଚୋରି ମାମଲାରେ କୋର୍ଟ ଚାଲାଣ କରିଥିଲେ । ଫଳରେ ରମେଶଙ୍କ ଦେହ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲା । ରମେଶଙ୍କୁ ଯାଜପୁର ପୋଲିସ ପ୍ରଥମେ ଯାଜପୁର ମେଡିକାଲ ଓ ପରେ କଟକ ଏସସିବିକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ରମେଶଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଛନ୍ତି ତାଙ୍କ ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ