କଂଗ୍ରେସ ନେତୃତ୍ୱ ହିଁ ଦଳକୁ ଧ୍ୱଂସ କରୁଛି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ସର୍ବପୂରାତନ ଦଳ ଜାତୀୟ କଂଗ୍ରେସରେ ଦେଖାଦେଇଛି ଫାଟ । ଜଣେ ପରେ ଜଣେ ଦଳ ଛାଡ଼ି ଯାଉଥିଲା ବେଳେ ଚୁପ ହୋଇ ବସିଛନ୍ତି ଦଳର ସୁପ୍ରିମୋ ସୋନିଆ ଗାନ୍ଧି । ଏହା ମଧ୍ୟରେ କଂଗ୍ରେସକୁ ବଡ଼ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ନଟବର ସିଂହ । ତେବେ କଂଗ୍ରେସର ନେତୃତ୍ୱ ହିଁ ଦଳକୁ ଧ୍ୱଂସ କରୁଛି । ଏନେଇ ଦଳ ପକ୍ଷରୁ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତାହାଲେ ଦେଶରୁ କଂଗ୍ରେସ ଖୁବଶୀଘ୍ର ଲୋପ ପାଇଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ନଟବର ସିଂହ କହିଛନ୍ତି ।

ସେହିପରି ପଞ୍ଜାବରେ ଦେଖାଦେଇଥିବା କଂଗ୍ରେସ ସଙ୍କଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । କଂଗ୍ରେସରେ ବର୍ତ୍ତମାନ କୌଣସି ନିର୍ବାଚିତ ସଭାପତି ନାହାଁନ୍ତି । କିଏ ନିଷ୍ପତ୍ତି ନେଉଛି । ଦଳର ସମସ୍ତ ନିଷ୍ପତ୍ତି ଏବେ କିଏ ନେଉଛି ଆମକୁ ଜଣାନାହିଁ । ଆମେ ହେଲୁ ଜି-୨୩ । ନିଶ୍ଚିତ ଭାବେ ଏହା ଜି-ହୁଜୁର ୨୩ ନୁହେଁ । ଆମେ ସମସ୍ୟାକୁ ଗୁରୁତ୍ୱ ଦେବୁ । ଏହା ସହ ମୁଁ ଏଭଳି ଡ୍ରାମାରେ ଡ଼ରିଯିବି ନାହିଁ । ମୁଁ ଯାହା କହିଛି ସେଥିରେ ଏକମତ ଅଛି ବୋଲି କପିଲ ସିବଲ କହିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହେଇଯାଉଛି ଯେ ଦଳରେ ଯୁବ ନେତା ବନାମ ବରିଷ୍ଠ ନେତା ମଧ୍ୟରେ ବିବାଦ ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ