Masthead

ଭାରତ-ପାକିସ୍ତାନ ମ୍ୟାଚ୍ ରାଷ୍ଟ୍ର ବିରୋଧୀ: ରାମଦେବ

ନାଗପୁର(ବଡ଼ ଖବର ବ୍ୟୁରୋ): ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ୍ ଜାତୀୟ ସ୍ୱାର୍ଥ ଏବଂ ରାଷ୍ଟ୍ର ଧର୍ମ ବିରୋଧୀ । ଏପରି ମନ୍ତବ୍ୟ ଦେଇଛନ୍ତି ଯୋଗ ଗୁରୁ ରାମ ଦେବ ବାବା । ଏକା ସମୟରେ କ୍ରିକେଟ ଖେଳ ଓ ଆତଙ୍କବାଦ ଖେଳ ଖେଳାଯାଇ ପାରୁନଥିବାରୁ ଏପରି କହିଛନ୍ତି ରାମଦେବ । ନାଗପୁର ବିମାନବନ୍ଦରରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ସମୟରେ ରାମଦେବ ବାବା ଏପରି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଲିଉଡରେ ନିଶାସକ୍ତତା ଭାରତର ତରୁଣ ପିଢ଼ିଙ୍କ ପ୍ରତି ଖୁବ ବିପଜ୍ଜଦନ । ନିଶାସକ୍ତତା ବା ‘ଡ୍ରଗ ଆଡିକ୍ସନ’କୁ ଯେଉଁଭଳି ଲୋଭନୀୟ କରାଯାଉଛି ଏବଂ ଲୋକ ମାନଙ୍କ ରୋଲ ମଡେଲ ଥିବା ସେଲିବ୍ରିଟି ମାନେ ଏହା ସହ ଜଡ଼ିତ ହେବା ଖବର ଜନତାଙ୍କୁ ଏକ ମନ୍ଦ ବାର୍ତ୍ତା ଦେଉଛି । ଚଳଚ୍ଚିତ୍ର ଶିଳ୍ପ ଏହି ବିଶୃଙ୍ଖଳାକୁ ଦୂର କରିବା ଉଚିତ।

ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଚାଲିଥିବା ବେଳେ ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍‌ ଖେଳ କଥା ପଚରାଯିବାରୁ ରାମଦେବ କହିଲେ, ମୋର ମନେହୁଏ ଏଭଳି ପରିସ୍ଥିତିରେ କ୍ରିକେଟ୍‌ ଖେଳ ‘ରାଷ୍ଟ୍ରଧର୍ମ’ ବିରୋଧୀ, ରାଷ୍ଟ୍ରର ସ୍ୱାର୍ଥ ପାଇଁ ନୁହେଁ। କଳାଟଙ୍କା ଇନ୍ଧନ ଦର ହ୍ରାସ କରାଇବ ବୋଲି ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ପଚରାଯିବାରୁ ରାମଦେବ କହିଲେ, ଅଶୋଧିତ ତୈଳ ଦର ଏବଂ ପ୍ରସ୍ତାବିତ ଟିକସ ହ୍ରାସ ଅନୁସାରେ ପେଟ୍ରୋଲ୍‌ ଦର ନିର୍ଦ୍ଧାରଣ ହେଉ ବୋଲି ସେ ମତ ଦେଇଥିଲେ।

ସେ କହିଲେ, ଜାତୀୟ ସ୍ୱାର୍ଥବିଜଡ଼ିତ ଜନମଙ୍ଗଳ ଯୋଜନା ଚାଲୁ ରଖିବାକୁ ପଡୁଥିବାରୁ ସରକାରଙ୍କୁ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ଏହି କାରଣରୁ ସରକାର ଟିକସ ହ୍ରାସ କରି ପାରୁନାହାନ୍ତି। ସେ ଯାହାହେଉ ଦିନେ ନା ଦିନେ ସ୍ୱପ୍ନ ସାକାର ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ