Masthead

୪ର୍ଥ ଦିନରେ ପହଞ୍ଚିଲା ଯୁବକଙ୍କ ଆମରଣ ଅନଶନ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ସୁପର ସ୍ପେଶାଲ ହସ୍ପିଟାଲ କରିବା ଦାବିରେ ସ୍ଥାନୀୟ ଯୁବ ସମାଜ ସେବୀ ମାନଙ୍କ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଜାରି ରହିଥିବା ଆମରଣ ଅନଶନ ଆଜି ୪ର୍ଥ ଦିନରେ ପଂହଚିଛି । ହେଲେ ଯାଜପୁର ଜିଲ୍ଲା ପ୍ରଶାସନ କିମ୍ବା ସିଡିଏମ ସେମାନଙ୍କ ଦାବି ପୁରା କରିବାରେ ବିଫଳ ହୋଇଛନ୍ତି । ସେପଟେ ୪ ଦିନ ଉପାସ ରହି ଅନଶନରେ ବସିଥିବା ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି । ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ । ଏହାକୁ ନେଇ ସ୍ଥାନୀୟ ଯୁବକଙ୍କ ଦ୍ୱାରା କଳିଙ୍ଗନଗର ଠାରେ ଏକ ସୁପର ସ୍ପେଶାଲ ହସ୍ପିଟାଲ ନିର୍ମାଣ ଦାବିରେ ୪ ଦିନ ଧରି ଜାରି ରହିଛି ଆମରଣ ଅନଶନ ।

ମାତ୍ର ସେମାନଙ୍କ ଦାବି ପୂରଣ ହେବ କ’ଣ ସେମାନଙ୍କ ଉପରେ ଏବେ ଠାରୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଜୁଲୁମ । କେତେ ବେଳେ ଅନଶନରେ ବସିଥିବା ସମାଜସେବୀ ଚନ୍ଦ୍ରକାନ୍ତ ନାୟକଙ୍କୁ ରାତିରେ ଉଠାଇ ନେଇ ଯାଜପୁର ଟାଉନରେ ଛାଡିଦେଇ ଚାଲିଆସୁଛି ପୋଲିସ ତ କେବେ ରାଜନେତାଙ୍କ ଧମକ । ଏ ଭିତରେ ୪ ଦିନ ଧରି ଅନଶନ ଚାଲିଥିବାବେଳେ ଏବେ ଚନ୍ଦ୍ରକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲାଣି । କିନ୍ତୁ ଜିଲ୍ଲା ପ୍ରଶାସନର ଭାଙ୍ଗୁନି ନିଦ । ସେପଟେ ୪ ଦଫା ଦାବି ଧରି ମାହାତ୍ମା ଗାନ୍ଧିଙ୍କ ଫଟୋକୁ ଧରି ଧାରଣାରେ ବସିଲେ ଯୁବ ସମାଜସେବୀ ଚନ୍ଦ୍ରକାନ୍ତ ।

ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ଯେ ପର୍ଯ୍ୟନ୍ତ କଳିଙ୍ଗନଗର ଠାରେ ସୁପର ସ୍ପେଶାଲ୍ ହସ୍ପିଟାଲ ନିର୍ମାଣ ଓ ଦାନଗଦୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଦୁର୍ନୀତିର ତଦନ୍ତ ଓ ରୋଗୀଙ୍କୁ ମାଗଣା ଔଷଧ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତି ଭୂମିର ବିକାଶ ଦାବି ପୂରଣ ନହୋଇଛି ସେମାନେ ଆମରଣ ଅଶନ ଜାରି ରଖିବେ । ତେବେ ମହାତ୍ମା ଗାନ୍ଧିଙ୍କ ଫଟୋକୁ ଧରି ନିଜ ଅଞ୍ଚଳର ବିକାଶ କରିବା ପାଇଁ ଆମରଣ ଅନଶନ କରୁଥିବା ଯୁବକମାନଙ୍କ ଦାବି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ