ଅପହରଣ କରି ୧୦ ଲକ୍ଷ ଦାବି

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଏକ ନାଟକୀୟ ଢଙ୍ଗରେ ୪ ଜଣ ଅସାମାଜିକ ଯୁବକ ବୋଲର ଏବଂ ବୁଲେଟ ମଟର ସାଇକେଲରେ ଆସି ଦୈତାରୀ – ପାରାଦ୍ୱୀପ ୫ ନମ୍ବର ଜାତୀୟ ରାଜପଥ ଉପରେ ଆତଙ୍କରାଜ ଚଳାଇବା ଚର୍ଚ୍ଚାର ବିଷୟ ହୋଇଛି । ଗୁଜୁରାଟର ଅହମଦାନଗର ରୁ ଏକ ୧୪ ଚକିଆ ଟ୍ୟାଙ୍କର ୩୫ ହଜାର ଲିଟର ଅଶୋଧିତ ତୈଳ ବୋଝେଇକରି ପାରାଦୀପ ଅଭିମୁଖେ ଆସୁଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ଥାନାର କଉଡୁକୋଲ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କି ସାମ୍ନାରୁ ଟ୍ୟାଙ୍କର ଡ୍ରାଇଭର ରୁପ ସିଂକୁ ଅପହରଣ ପରେ ତା’ର ମୁଣ୍ଡ ଜାମିନ ରଖି ମାଲିକ ଠାରୁ ମୋଟା ଅଙ୍କର ଟଙ୍କା ଦାବି କରିବା ନେଇ ଅଭିଯୋଗ ହୋଇଛି ।

ଟ୍ୟାଙ୍କରରେ ୨୭ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଅଶୋଧିତ ତୈଳ(ଲୁବ୍ରିକାଣ୍ଟ)ପରିବହନ ହେଉଥିଲା । ତେବେ ଅପରାଧି ମାନେ ଦୀର୍ଘ ୩୬ ଘଣ୍ଟା ଧରି ଗାଡି ଡ୍ରାଇଭରକୁ ପଣବନ୍ଦୀ କରି ଏକାଧିକ ସ୍ଥାନକୁ ନେଇ ସେଠାରେ ତାଙ୍କୁ ମାଡମାରି ୧୦ ଲକ୍ଷଟଙ୍କା ଦାବି କରିଥିଲେ । ଏହି ଟଙ୍କା ପାଇଁ ଲୁଟେରାମାନେ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ଦେଇଥିଲେ । ସେଥିରେ ଦାବି ମୁତାବକ ୧୦ ଲକ୍ଷ ଟଙ୍କା ଭରିବାକୁ ଧମକ ଦେଇଆସୁଥିଲେ । ତେବେ ଗୁଜୁରାଟରେ ଥାଇ ଏହି ଟଙ୍କା ଦେବାକୁ ୪ ଘଣ୍ଟାର ମହଲତ ମାଗି ଓଡ଼ିଶା ପୋଲିସ ସହିତ ଯୋଗାଯୋଗ କରିଥିଲେ ଟ୍ୟାଙ୍କର ମାଲିକ । ଓଡ଼ିଶା ବାହାରୁ ସେ ଏସପିଙ୍କ ଜରିଆରେ ମାହାଙ୍ଗା ପୋଲିସର ସହାୟତା ଲୋଡ଼ିବାରୁ ସ୍ଥାନୀୟ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନକରି ଟ୍ୟାଙ୍କର ସହିତ ଡ୍ରାଇଭରକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ସେହିପରି ଅପରାଧୀଙ୍କ ଆଡ୍ଡା ଉପରେ ଛପା ମାରିବାରୁ ଜଣକୁ ଗିରଫ କରାଯାଇଛି । ଡ୍ରାଇଭର ରାମ ସିଂକୁ ପୋଲିସ ଉଦ୍ଧାର କରିବା ପରେ ତାର ରିପୋର୍ଟକୁ ଭିତ୍ତିକରି ମାହାଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି । ଅପରାଧି ମାନଙ୍କ ଭିତରୁ ଧର୍ମଶାଳା ଅଂଚଳର ଭିକାରୀ ସାମଲକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଅପରାଧି ଏବେବି ଫେରାର ଅଛନ୍ତି । ଅପରାଧ ପାଇଁ ସେମାନେ ବ୍ୟବହାର କରିଥିବା ବୋଲରୋ ଓ ବୁଲେଟ ମଟର ସାଇକେଲକୁ ଜବତ କରାଯିବ ବୋଲି ଆଇଆଇସି ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’