Masthead

ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାପା ନା ସୈତାନ । ଦେଶର ରାଜଧାନୀରେ ଚାଞ୍ଚଲ୍ୟ । ନୂଆଦିଲ୍ଲୀ ସାଗରପୁରରେ ଘଟିଛି ଏମିତି ଏକ ଘଟଣା ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ପୁଅକୁ ଛୁରୀ ଭୁଷି ନିର୍ମମ ଭାବରେ ହତ୍ୟା କଲା ବାପା ।ନୂଆଦିଲ୍ଲୀ ସାଗରପୁରରେ ୧୦ ବର୍ଷର ପୁଅକୁ ହତ୍ୟା କରିଛି ବାପା । ବାହାରେ ବର୍ଷାରେ ଭିଜି ଖେଳିବାକୁ ଜିଦ୍ କରିଥିଲା ୧୦ ବର୍ଷର ବାଳକ । ହେଲେ ପିଲାଟିର ବାପା ପିଲାଟିକୁ ବାରଣ କରିଥିଲେ ।

ବାରଣ କରିବା ସତ୍ତ୍ୱେ ପିଲାଟି ବର୍ଷାରେ ଓଦା ହୋଇ ଖେଳିବାକୁ ଅଡି ଧରି ବସିବାରୁ ରାଗରେ ପଞ୍ଚମ ହୋଇ ବ୍ରହ୍ମଚଣ୍ଡାଳ ବାପା ରୋଷେଇ ଘରୁ ଛୁରୀ ଆଣି ପୁଅ ଦେହରେ ଭୁଷି ଦେଲେ । ବାସ୍ ତା ପରେ ରକ୍ତ ଜୁଡୁ ବୁଡୁ ପୁଅକୁ ଦେଖି ଅଭିଯୁକ୍ତ ବାପାର ମୁଣ୍ଡ କାମ କରିନଥିଲା । ସେ ପୁଅକୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ଡକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ଛୁରୀ ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି । ତେବେ ୪୦ ବର୍ଷୀୟ ଅଭିଯୁକ୍ତ ବାପା ଜଣେ ଦିନ ମଜୁରିଆ । କିଛି ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ୪ ପିଲାଙ୍କୁ ନେଇ ରହୁଥିଲେ । ଆଉ ମୃତ ପୁଅ ତାଙ୍କର ୩ ନମ୍ବର ପୁଅ ବୋଲ ଜଣାପଡିଛିି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ