Masthead

ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାପା ନା ସୈତାନ । ଦେଶର ରାଜଧାନୀରେ ଚାଞ୍ଚଲ୍ୟ । ନୂଆଦିଲ୍ଲୀ ସାଗରପୁରରେ ଘଟିଛି ଏମିତି ଏକ ଘଟଣା ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ପୁଅକୁ ଛୁରୀ ଭୁଷି ନିର୍ମମ ଭାବରେ ହତ୍ୟା କଲା ବାପା ।ନୂଆଦିଲ୍ଲୀ ସାଗରପୁରରେ ୧୦ ବର୍ଷର ପୁଅକୁ ହତ୍ୟା କରିଛି ବାପା । ବାହାରେ ବର୍ଷାରେ ଭିଜି ଖେଳିବାକୁ ଜିଦ୍ କରିଥିଲା ୧୦ ବର୍ଷର ବାଳକ । ହେଲେ ପିଲାଟିର ବାପା ପିଲାଟିକୁ ବାରଣ କରିଥିଲେ ।

ବାରଣ କରିବା ସତ୍ତ୍ୱେ ପିଲାଟି ବର୍ଷାରେ ଓଦା ହୋଇ ଖେଳିବାକୁ ଅଡି ଧରି ବସିବାରୁ ରାଗରେ ପଞ୍ଚମ ହୋଇ ବ୍ରହ୍ମଚଣ୍ଡାଳ ବାପା ରୋଷେଇ ଘରୁ ଛୁରୀ ଆଣି ପୁଅ ଦେହରେ ଭୁଷି ଦେଲେ । ବାସ୍ ତା ପରେ ରକ୍ତ ଜୁଡୁ ବୁଡୁ ପୁଅକୁ ଦେଖି ଅଭିଯୁକ୍ତ ବାପାର ମୁଣ୍ଡ କାମ କରିନଥିଲା । ସେ ପୁଅକୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ଡକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ଛୁରୀ ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି । ତେବେ ୪୦ ବର୍ଷୀୟ ଅଭିଯୁକ୍ତ ବାପା ଜଣେ ଦିନ ମଜୁରିଆ । କିଛି ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ୪ ପିଲାଙ୍କୁ ନେଇ ରହୁଥିଲେ । ଆଉ ମୃତ ପୁଅ ତାଙ୍କର ୩ ନମ୍ବର ପୁଅ ବୋଲ ଜଣାପଡିଛିି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ