Masthead

ଗୁଜୁରାଟରୁ ଓମାନ ଯାଉଥିବା ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ଗୁଜୁରାଟରୁ କାଣ୍ଡଲା ବନ୍ଦରରୁ ଓମାନର ସିନାସ ଯାଉଥିବା ଏମଟି ୟି ଚେଙ୍ଗ-୬ ଜାହାଜରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ଓମାନ ଉପସାଗରରେ ହୋଇଛି । ଜାହଜ ଇଞ୍ଜିନ ରୁମରେ ନିଆଁ ଲାଗିଯିବା ଯୋଗୁ ପୁରା ଜାହଜରେ ବିଦ୍ୟୁତ ଯୋଗାଣ ବାଧିତ ହୋଇଛି । ଜାହଜରୁ ଡିଷ୍ଟ୍ରେସ୍ ସିଗ୍ନାଲ ମିଳିବା ପରେ ଭାରତୀୟ ନୌସେନାର ଆଇଏନଏସ ତବର ତୁରନ୍ତ ପ୍ରତିକ୍ରିୟା ଦେଇଛି । ଏମଟି ୟି ଚେଙ୍ଗ-୬ର ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ଅଛନ୍ତି ।

ଆଇଏନଏସ୍ ତବରରୁ ଅଗ୍ନିସମନ ଦଳ ଓ ଉପକରଣକୁ ହେଲିକେପ୍ଟର ଯୋଗେ ଏମଟି ୟି ଚେଙ୍ଗ-୬କୁ ପଠାଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି । ଏହା ଏକ ଟ୍ୟାଙ୍କର ଜାହାଜ ତେଣୁ ନିଆଁକୁ ଆୟତ୍ତ କରିବା ଜରୁରୀ ହୋଇପଡିଛି । ଏହି ନିଆଁ ଲିଭେଇବା କାର୍ଯ୍ୟରେ ୧୩ ଜଣ ଭାରତୀୟ ନୌସୈନିକ ଓ ଜାହଜର ୫ ଚାଳକ ଦଳ ସଦସ୍ୟ ନିୟୋଜିତ ଅଛନ୍ତି । ବିଦେଶୀ ଜାହଜରେ ନିଆଁ ଲାଗିଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଛି । ତେବେ ନୌସେନା ପ୍ରତିକ୍ରିୟା ଦେବା ପରଠାରୁ ଜାହଜରେ ନିଆଁ ଆୟତ୍ତ ହୋଇଛି । ଏହି ଟ୍ୟାଙ୍କର ଜାହଜରେ ପୁଲାଉ ଦେଶର ପତାକା ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼