Masthead

ଗୁଜୁରାଟରୁ ଓମାନ ଯାଉଥିବା ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ଗୁଜୁରାଟରୁ କାଣ୍ଡଲା ବନ୍ଦରରୁ ଓମାନର ସିନାସ ଯାଉଥିବା ଏମଟି ୟି ଚେଙ୍ଗ-୬ ଜାହାଜରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ଓମାନ ଉପସାଗରରେ ହୋଇଛି । ଜାହଜ ଇଞ୍ଜିନ ରୁମରେ ନିଆଁ ଲାଗିଯିବା ଯୋଗୁ ପୁରା ଜାହଜରେ ବିଦ୍ୟୁତ ଯୋଗାଣ ବାଧିତ ହୋଇଛି । ଜାହଜରୁ ଡିଷ୍ଟ୍ରେସ୍ ସିଗ୍ନାଲ ମିଳିବା ପରେ ଭାରତୀୟ ନୌସେନାର ଆଇଏନଏସ ତବର ତୁରନ୍ତ ପ୍ରତିକ୍ରିୟା ଦେଇଛି । ଏମଟି ୟି ଚେଙ୍ଗ-୬ର ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ଅଛନ୍ତି ।

ଆଇଏନଏସ୍ ତବରରୁ ଅଗ୍ନିସମନ ଦଳ ଓ ଉପକରଣକୁ ହେଲିକେପ୍ଟର ଯୋଗେ ଏମଟି ୟି ଚେଙ୍ଗ-୬କୁ ପଠାଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି । ଏହା ଏକ ଟ୍ୟାଙ୍କର ଜାହାଜ ତେଣୁ ନିଆଁକୁ ଆୟତ୍ତ କରିବା ଜରୁରୀ ହୋଇପଡିଛି । ଏହି ନିଆଁ ଲିଭେଇବା କାର୍ଯ୍ୟରେ ୧୩ ଜଣ ଭାରତୀୟ ନୌସୈନିକ ଓ ଜାହଜର ୫ ଚାଳକ ଦଳ ସଦସ୍ୟ ନିୟୋଜିତ ଅଛନ୍ତି । ବିଦେଶୀ ଜାହଜରେ ନିଆଁ ଲାଗିଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଛି । ତେବେ ନୌସେନା ପ୍ରତିକ୍ରିୟା ଦେବା ପରଠାରୁ ଜାହଜରେ ନିଆଁ ଆୟତ୍ତ ହୋଇଛି । ଏହି ଟ୍ୟାଙ୍କର ଜାହଜରେ ପୁଲାଉ ଦେଶର ପତାକା ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ