Masthead

ଦଣ୍ଡାଦେଶକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ରାହୁୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇଛନ୍ତି ସୁରଟ କୋର୍ଟ । କଂଗ୍ରେସ ମାନହାନିର ଏକ ମାମଲାକୁ ଏକ ବଡ ରାଜନୈତିକ ପ୍ରସଙ୍ଗ କରି ବିରୋଧୀଙ୍କୁ ଏକାଠି କରି ଜନତାଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ରାହୁଲ ଗାନ୍ଧୀଙ୍କ ସଜାକୁ ନେଇ କଂଗ୍ରେସ ଅନ୍ୟ ବିରୋଧି ଦଳଙ୍କ ସହ ମିଶି ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବ ବୋଲି ନିଷ୍ପତ୍ତି ନେଇଛି ।

ମୁଖ୍ୟ ବିରୋଧି ଦଳ କଂଗ୍ରେସ କୋର୍ଟଙ୍କ ନିଷ୍ପତ୍ତି ପରେ ଖୁବଶୀଘ୍ର ଏକ ଜନ ଆନ୍ଦୋଳନ ଘୋଷଣା କରି କହିଛି ଯେ ଏହା କେବଳ ଆଇନଗତ ନୁହେଁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଦଳ ଏହା ବିରୋଧରେ ଲଢେଇ କରିବ । କୋର୍ଟଙ୍କ ରାୟ ପରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ କଂଗ୍ରେସର ବରିଷ୍ଠ ନେତା ଓ ଏମପିମାନେ ଏକ ବୈଠକ କରିଥିଲେ । ବୈଠକରେ ପ୍ରାୟ ଏକ ଘଣ୍ଟାର ବିଚାର ବିମର୍ଷ ପରେ ଶୁକ୍ରବାର ବିଜୟ ଚୌକରେ ବିରୋଧି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେପଟେ ଅଦାଲତଙ୍କ ଏହି ରାୟ ପରେ ରାହୁଲ ଏମ୍‌ପି ପଦ ହରାଇପାରନ୍ତି। ପାର୍ଲାମେଣ୍ଟର ଏକ ଆଇନ ଅନୁସାରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇପାରେ। ଆପରାଧିକ ମାନହାନି ମାମଲାରେ ରାହୁଲ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୪୪୯ ଓ ୫୦୦ ବଳରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅପିଲ ପାଇଁ ତାଙ୍କୁ ଏହି ସମୟ ଦିଆଯାଇଛି।

ତେବେ ଏହା ଏକ ଅସଙ୍ଗତ, ତ୍ରୁଟିପୂର୍ଣ୍ଣ ଏବଂ ଉପର କୋର୍ଟରେ ବଳବତ୍ତର ନ ରହିବା ଭଳି ରାୟ। ଅନ୍ୟପଟେ ରାହୁଲ ତାଙ୍କ ଅପିଲର ଶୁଣାଣି ନ ହେବା ଯାଏ ପାର୍ଲାମେଣ୍ଟକୁ ଯିବେ ନାହିଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ ପାଇଛି । ରାହୁଲ ସତ କହିଥିବାରୁ ସରକାର ତାଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷଣା କରିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ