Masthead

ଚାଷଜମିରୁ୧୦ ଫୁଟର ଅଜଗର ଉଦ୍ଧାର

ଔପଦା (ବଡ଼ ଖବର ବ୍ୟୁରୋ): ଫସଲ ଅମଳକରିବାକୁହେଲେ ପ୍ରଥମେକୃଷକକୁ ଫସଲର ଯତ୍ନ ନେବାକୁ ପଡ଼ିଥାଏ । ଜଙ୍ଗଲ ପାଖରେ ଥିବା ଚାଷଜମିରେ ପଶି ବନ୍ୟଜନ୍ତୁମାନେ ଫସଲ ନଷ୍ଠ କରିଦଅନ୍ତି । ସେଥିପାଇଁ ଜମି ଚାରିପଟେ ଜାଲ ଘେରାଯାଇଥାଏ । ନୀଳଗିରି ଉପଖଣ୍ଡ କସବା ଜୟପୁର ପଞ୍ଚାୟତ ଡାଲଙ୍ଗିଆ ଗ୍ରାମର ଦିବାକର ସ୍ୱାଇଁଙ୍କ ଜମିରେ ବିଛାଯାଇଥିବା ଜାଲରେ ଆଜି ଏକ ବିରାଟ ଅଜଗର ସାପ ଲାଗିଯଇଥିଲା । ପରେ ଅଞ୍ଚଳବାସୀ ସାପ ଉଦ୍ଧାରକରୀ ଟିମ୍ ତଥା ଟୁରିଷ୍ଟ୍ ଗାଇଡ୍ ମନୋରଞ୍ଜନ ଦାସଙ୍କୁ ଯୋଗାଯୋଗ କରିଥିଲେ । ମନୋରଞ୍ଜନ ପହଞ୍ଚି ଅଜରଗକୁ ଉଦ୍ଧାର କରିଥିଲେ । ଅଜଗରଟିର ଲମ୍ବ ୧୦ଫୁଟ ହେବ ବୋଲି ମନୋରଞ୍ଜନ କହିଛନ୍ତି । ପରେ ତାକୁ ନେଇ ପଞ୍ଚଲିଙ୍ଗେଶ୍ୱର ନିକଟ କୂଳଡିହା ଜଙ୍ଗଲରେ ଛାଡ଼ିଦିଆଯାଇଛି । ତେବେ ପୂର୍ବରୁ ଲୋକେ ସାପ ଦେଖି ତାକୁ ମାରିଦେଉଥିଲେ । ଏବେ କିନ୍ତୁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି । ସାପକୁ ନ ମାରି ଲୋକେ ସ୍ନେକ ହେଲ୍ପ ଲାଇନର ସହାୟତାରେ ତାକୁ ଉଦ୍ଧାର କରି ଜଙ୍ଗଲରା ଛାଡ଼ି ଦେଉଛନ୍ତି । ଏହା ପରିବେଶବିତଙ୍କୁ ଆଶ୍ୱସ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ