Masthead

ଚାଷଜମିରୁ୧୦ ଫୁଟର ଅଜଗର ଉଦ୍ଧାର

ଔପଦା (ବଡ଼ ଖବର ବ୍ୟୁରୋ): ଫସଲ ଅମଳକରିବାକୁହେଲେ ପ୍ରଥମେକୃଷକକୁ ଫସଲର ଯତ୍ନ ନେବାକୁ ପଡ଼ିଥାଏ । ଜଙ୍ଗଲ ପାଖରେ ଥିବା ଚାଷଜମିରେ ପଶି ବନ୍ୟଜନ୍ତୁମାନେ ଫସଲ ନଷ୍ଠ କରିଦଅନ୍ତି । ସେଥିପାଇଁ ଜମି ଚାରିପଟେ ଜାଲ ଘେରାଯାଇଥାଏ । ନୀଳଗିରି ଉପଖଣ୍ଡ କସବା ଜୟପୁର ପଞ୍ଚାୟତ ଡାଲଙ୍ଗିଆ ଗ୍ରାମର ଦିବାକର ସ୍ୱାଇଁଙ୍କ ଜମିରେ ବିଛାଯାଇଥିବା ଜାଲରେ ଆଜି ଏକ ବିରାଟ ଅଜଗର ସାପ ଲାଗିଯଇଥିଲା । ପରେ ଅଞ୍ଚଳବାସୀ ସାପ ଉଦ୍ଧାରକରୀ ଟିମ୍ ତଥା ଟୁରିଷ୍ଟ୍ ଗାଇଡ୍ ମନୋରଞ୍ଜନ ଦାସଙ୍କୁ ଯୋଗାଯୋଗ କରିଥିଲେ । ମନୋରଞ୍ଜନ ପହଞ୍ଚି ଅଜରଗକୁ ଉଦ୍ଧାର କରିଥିଲେ । ଅଜଗରଟିର ଲମ୍ବ ୧୦ଫୁଟ ହେବ ବୋଲି ମନୋରଞ୍ଜନ କହିଛନ୍ତି । ପରେ ତାକୁ ନେଇ ପଞ୍ଚଲିଙ୍ଗେଶ୍ୱର ନିକଟ କୂଳଡିହା ଜଙ୍ଗଲରେ ଛାଡ଼ିଦିଆଯାଇଛି । ତେବେ ପୂର୍ବରୁ ଲୋକେ ସାପ ଦେଖି ତାକୁ ମାରିଦେଉଥିଲେ । ଏବେ କିନ୍ତୁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି । ସାପକୁ ନ ମାରି ଲୋକେ ସ୍ନେକ ହେଲ୍ପ ଲାଇନର ସହାୟତାରେ ତାକୁ ଉଦ୍ଧାର କରି ଜଙ୍ଗଲରା ଛାଡ଼ି ଦେଉଛନ୍ତି । ଏହା ପରିବେଶବିତଙ୍କୁ ଆଶ୍ୱସ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ