Masthead

ଏଲିମିନେଟରରେ ବିଜୟଧାରାକୁ ଫେରିବ କି ବିରାଟ ବାହିନୀ: ସାମ୍ନାରେ ଏହି ଦଳ

ଦୁବାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ-୧୩ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇର୍ସ ହାଇଦ୍ରବାଦ। ବିରାଟ କୋହଲିଙ୍କୁ ଟକ୍କର ଦେବେ ଡେଭିଡ ୱାର୍ଣ୍ଣର। ଆବୁଧାବୀରେ ଖେଳାଯିବ ଏହି ମ୍ୟାଚ୍। ହାଇଦ୍ରାବାଦ ତା’ର ଶେଷ ତିନୋଟି ମ୍ୟାଚ ଜିତି ପ୍ଲେ ଅଫକୁ ଆସିଛି। ସେହିପରି ବାଙ୍ଗାଲୋର ଶେଷ ଚାରି ମ୍ୟାଚରେ ପରାଜିତ ହୋଇଥିଲେ ମଧ୍ୟ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଥିଲା। ଆଜିର ମ୍ୟାଚ ଜିତି ଆଇପିଏଲ-୧୩ର ଦ୍ୱିତୀୟ କ୍ୱାଲିଫାୟର ଦିଲ୍ଲୀ ବିପକ୍ଷରେ ଖେଳିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ।
ବିରାଟ ବାହିନୀ ଆଇପିଏଲର ପ୍ରାରମ୍ଭିକ ପର୍ୟ୍ୟାୟରେୁ ଦମଦାର ପ୍ରଦର୍ଶନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବାଙ୍ଗାଲୋର ଦଳରେ ସନ୍ତୁଳନ ଅଭାବ ଯୋଗୁ ପରାଜୟର ଶିକାର ହୋଇଥିଲା। ଡେଥ୍ ଓଭରରେ ବ୍ୟାଟିଂ ବିପର୍ୟ୍ୟୟ ବାଙ୍ଗାଲୋର ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଆରୋନ ଫିଞ୍ଚଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ଜେସୁଆ ଫିଲିପ୍ସଙ୍କ ଫର୍ମ ମଧ୍ୟ ଆରସିବି ପାଇଁ ଚିନ୍ତାର କାରଣ। ପ୍ରାରମ୍ଭିକ ପର୍ୟ୍ୟାୟରେ ବିପର୍ୟୟର ସମ୍ମୁଖୀନ ହୋଇଥିବା ହାଇଦ୍ରାବାଦ ପରବର୍ତ୍ତୀ ସମୟରେ ଦମଦାର ପ୍ରଦର୍ଶନ କରି ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିପାରିଥିଲା। ଲଗାତର ଦମଦାର ପ୍ରଦର୍ଶନ ଦେଇ ଆସୁଥିବା ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଓ ରିଦ୍ଧିମାନ ଶାହଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ।
ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିଲେ। ଆଜିର ମ୍ୟାଚ ଜିତି ଆଇପିଏଲ-୧୩ର ଦ୍ୱିତୀୟ କ୍ୱାଲିଫାୟାର ଦିଲ୍ଲୀ ବିପକ୍ଷରେ ଖେଳିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ