Masthead

ଆତଙ୍କୀଙ୍କୁ ମାତ ଦେବା ପାଇଁ ଚାଲିଛି ସମରାଭ୍ୟାସ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଚାଲିଛି ସମରାଭ୍ୟାସ । ସମୁଦ୍ର ପଥରେ ଆତଙ୍କୀଙ୍କ ପ୍ରବେଶକୁ କିପରି ରୋକାଯାଇପାରିବ ସେ ନେଇ ଚାଲିଛି ମକଡ୍ରିଲ । ଆଇଆରବି ଓ ମେରାଇନ ପୋଲିସ ମିଳିତ ଭାବେ ଏହି ମକଡ୍ରିଲ ଚଲାଇଛନ୍ତି । ଦୁଇଦିନିଆ ଏହି ମକଡ୍ରିଲର ଆଜି ହେଉଛି ଶେଷଦିନ । ରେଡ୍ ଓ ବ୍ଲ୍ୟୁ ନାମରେ ଦୁଇଟି ଟିମ ଗଠନ କରାଯାଇଛି । ରେଡ ଟିମ ଆତଙ୍କବାଦୀ ସାଜି ଉପକୂଳରେ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ କାବୁ କରିବାର ରଣକୌଶଳ ପ୍ରଦର୍ଶନ କରୁଛି ବ୍ଲ୍ୟୁ ଟିମ୍ ।

୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଇଥାଏ । ଚଳିତବର୍ଷ ୧୨ ପୋଲିସ କର୍ମଚାରୀଙ୍କ ସମେତ ୯ ଆଇଆରବି ଯବାନ ଏଥିରେ ସାମିଲ ହୋଇଛନ୍ତି । ଆଜି ଉଦଯାପନୀ ଦିବସରେ ଇନ୍ସପେକ୍ଟର ଦିଲୀପ ସ୍ୱାଇଁ, ମାଷ୍ଟର ପି.କେ. ରଣା, ମାଷ୍ଟର ପି.କେ. ଦାସ, ବି.ସି. ସ୍ୱାଇଁ, ଏସ.କେ. ପ୍ରଧାନ, ଇଞ୍ଜିନ ଡ୍ରାଇଭର ଜି. ସାହୁ ପ୍ରମୁଖ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା