Masthead

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ ବାତିଲ ହେଲା ୧୦ମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂକ୍ରମଣ ସମୟରେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବାକୁ ପ୍ରସ୍ତୁତି ଚଳାଇଥିଲା ଆନ୍ଧ୍ର ସରକାର । ଏହାପରେ ସୁପ୍ରିମକୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ପ୍ରଶ୍ନ ବାଣ ମାରିବା ସହ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଆନ୍ଧ୍ ସକରାର ବାତିଲ କରିଛନ୍ତି ୧୦ମ ଓ ଦ୍ୱାଦଶ ପରୀକ୍ଷା । ତେବେ ସୁପ୍ରିମକୋର୍ଟ ପରୀକ୍ଷା ପ୍ରସ୍ତୁତିକୁ ନେଇ କହିଛନ୍ତିି, ଯଦି କେହି ପରୀକ୍ଷାରେ ସାମିଲ ହୋଇ ପ୍ରାଣ ହରାଇଲା ତେବେ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ । ତେବେ ଏହି ବୟାନର କିଛି ଘଣ୍ଟା ମଧ୍ୟରେ ହିଁ ଆନ୍ଧ୍ର ସରକାର ୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ଆନ୍ଧ୍ର ଶିକ୍ଷାମନ୍ତ୍ରୀ ଏ ସୁରେଶ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ପରୀକ୍ଷା କରି ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭବ ନୁହେଁ । ତେଣୁ ପରୀକ୍ଷାକୁ ବାତିଲ କରାଯାଉଛି ।

ତେବେ ଆଜି ସକାଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଥିଲେ, ଯଦି ବିଭିନ୍ନ ରାଜ୍ୟର ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି, ତା’ହେଲେ ଆନ୍ଧ୍ର କାହିଁକି ଭିନ୍ନ ନିଷ୍ପତ୍ତି ନେଉଛି? କିଛି ରାଜ୍ୟ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୧ କୋଟି ଲେଖାଏ କ୍ଷତି ପୂରଣ ଦେଉଛନ୍ତି। ଏହା ଆନ୍ଧ୍ର ପ୍ରଦେଶ ପାଇଁ ମଧ୍ୟ ଲାଗୁ ହୋଇପାରେ। ଏବେ ନୂଆ ଓ ମାରାତ୍ମକ କରୋନା ଭାଇରସର ଭାରିଏଣ୍ଟ ଚିହ୍ନଟ ହେଉଛି। ଏହି ସମୟରେ କ୍ଲାସରୁମ ପରୀକ୍ଷା କରିବାକୁ କାହିଁକି ସରକାର ଏତେ ବ୍ୟସ୍ତ ହେଉଛନ୍ତି? ପରିସ୍ଥିତିକୁ ଦେଇ ଅନେକ ରାଜ୍ୟ ବାତିଲ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବାରେ ଲାଗିଛି। ଆଉ ଏହା କେତେ ମାତ୍ରାରେ ପ୍ରଭାବିତ କରିବ, ତାହା ଜଣାନାର୍ହି । ଏପରି ସ୍ଥିତିରେ କିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲା? କେଉଁ ସବୁ ବିଷୟକୁ ଆଧାର କରି ପରୀକ୍ଷା ନିଷ୍ପତ୍ତି ନିଆଗଲା? ଏହା ସମସ୍ତଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି। ଆମେ ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିବା ଯୋଜନାକୁ ଗ୍ରହଣ କରିପାରୁନାହୁଁ ବୋଲି ଖଣ୍ଡପୀଠ କହିଥିଲେ। ଏହାପରେ ଆନ୍ଧ୍ରପ୍ରଦେଶ ସରକାର ପରୀକ୍ଷାକୁ ବାତିଲ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼