Masthead

‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୧୨ ତମ୍ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ଶେଷ ଭାରତର ସଂକଳ୍ପ । ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି । ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇଛି । ଅପରେସନ୍ ସିନ୍ଦୂରରେ ସେନାର ପରାକ୍ରମ ନେଇ ଦେଶ ଆଜି ଗର୍ବିତ ।

ଏହାସହ ମୋଦି କହିଛନ୍ତି କି ଆତଙ୍କବାଦ ସମାପ୍ତ କରିବାକୁ ସଂକଳ୍ପ ନେବାକୁ ପଡିବ । ସେ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି କି, ଆଜି ସାରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍ ହୋଇଛନ୍ତି । ଏହାସହ ସେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ଯେଭଳି ସଫଳତା ହାସଲ କଲା ତାହାକୁ ପ୍ରଶଂସା କରିଛନ୍ତି । ସେପଟେ ଅପରେସନ୍ ସିନ୍ଦୂର ଓ ଅସ୍ତ୍ରବିରତି ପରେ ଦେଶରେ ବିଜେପି ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଯେଭଳି ଗାଁରୁ ସହର ପର୍ଯ୍ୟନ୍ତ ଲୋକ ସାମିଲ ହେଲେ ସେନେଇ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି