Masthead

ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ପଛ ଛାଡୁନି ମେଳି । ପୁଣି ପାଣ୍ଡିଆନ ପନ୍ଥୀ ହେଲେ ଏକତ୍ରିତ । ଏକ ହୋଇ କଲେ ବୈଠକ । ଶନିବାର ପିପିଲି ପାର୍ଟି ଅଫିସ । ରବିବାର ପ୍ରତାପ ଦେବଙ୍କ ସରକାରୀ ବାସଭବନ । ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ଦଖଲରେ ଥିଲା ପୁରୀ ଜିଲ୍ଲା ବିଜେଡି! ଟିକେଟ ବଣ୍ଟନରେ ଭୂମିକା ଲିଭାଇଥିବାର ରହିଛି ନଜିର । ଯେମିତି ଉମାଙ୍କୁ ନେଇ ବ୍ରହ୍ମଗିରିରେ କରିଥିଲେ ଥଇଥାନ । ସଞ୍ଜୟଙ୍କ ଆଗରେ ମୁଣ୍ଡ ନୁଆଁଇ ଧରାଇଥିଲେ ସତ୍ୟବାଦୀ ଟିକେଟ । କାଟିଥିଲେ ସମୀରଙ୍କ ଟିକେଟ । ଯାହା ଯାହାଙ୍କୁ ପାଣ୍ଡିଆନ ନିଜ ନିଷ୍ପତ୍ତିରେ ନିର୍ବାଚନ ଲଢାଇଥିଲେ ସମସ୍ତେ ପରାଜୟର ସ୍ୱାଦ ଚାଖିଛନ୍ତି । ଆଉ ଏବେ ପୁରୀର ବିଜେଡିର ସ୍ଥିତି ପୁରା ବେହାଲ ହେବାକୁ ବସିଛି ।

ଜିଲ୍ଲାର ପାଣ୍ଡିଆନ ପନ୍ଥୀ ନେତା ପ୍ରତାପଙ୍କ ଘରେ ବାନ୍ଧିଲେ ମେଳି । ଉମାଙ୍କ ଦାୟିତ୍ୱ ପରେ ବି ଛିଣ୍ଡୁନି କେଁ । କାହିଁକି ଏକାଠି ହେବାକୁ ପଡିଲା ଆବଶ୍ୟକ? କିଏ ନେଉଛି ନେତୃତ୍ୱ? କଣ ଜିଲ୍ଲା ବିଜେଡିରେ ଉଗ୍ରରୂପ ନେଉଛି କନ୍ଧଳ? ନା ପାଣ୍ଡିଆନଙ୍କ ପାଇଁ ବୈଠକ? କିଛିଦିନର ଜିଲ୍ଲା ବିଜେଡି ଟ୍ରାକ ରେକଡ ତାହା ସ୍ପଷ୍ଟ ବରିହୋଇପଡୁଛି । ନିମାପଡା ବିଧାୟକ ପ୍ରାର୍ଥୀଙ୍କୁ କାର୍ଯ୍ୟକ୍ରମ ଗୁଡିକରୁ ମିଳୁନି ଦେଖା? ଦଳରେ ଲାଗିରହିଛି ଅସ୍ଥିରତା । ସକାଳୁ ସକାଳୁ ପ୍ରତାପ ଦେବଙ୍କ ଘରେ ଉଭା ହୋଇ ବସାଇଲେ ବୈଠକ । ବୈଠକରେ ସଞ୍ଜୟ ଓ ସୁନୀଲଙ୍କ ମିଳିଲାନି ଦେଖା । ଉମା, ରୁଦ୍ର, ଶୁଭାଷିଶ, ତୁଷାରକାନ୍ତି ଏବଂ ସୁବତ୍ରଙ୍କ ବ୍ଲକ ସ୍ତରୀୟ ନେତାଙ୍କୁ ନେଇ ଚାଲିଲା ଚର୍ଚ୍ଚା । କିନ୍ତୁ ନବୀନ ଯେତେବେଳେ ସ୍ପଷ୍ଟ କରିସାରିଛନ୍ତି କି ଯଦି କାହାର କିଛି ଦଳୀୟ ଆଲୋଚନା କରିବାର ରହିଛି ତେବେ ଶଙ୍ଖ ଭବନରେ ବୈଠକ କରନ୍ତୁ ।

ଅନ୍ୟାତ୍ର କେଉଁଠି ବସିବାର ଆବଶ୍ୟକ ନାହିଁ । ତେବେ ଦଳର ମୁଖିଆ କହିବା ପରେ ପ୍ରତାପ ତାଙ୍କ ଘରେ ନେତାଙ୍କୁ ବସାଇ ବୈଠକ କରିବା କିମ୍ବା ନେତା ତାଙ୍କ ବାସଭବନରେ ଏକତ୍ରିତ ହେବାର ମାନେ କଣ? ନା କେବଳ ଯିଏ ପାଣ୍ଡିଆନଙ୍କୁ ନେଇ ମତମନ୍ତବ୍ୟ ରଖିବେ ତାଙ୍କ ପାଇଁ ନବୀନଙ୍କ ଅଙ୍କୁଶ । ଅନ୍ୟଙ୍କ ପାଇଁ ସବୁ ଖୋଲା ମେଲା ତାହା ଏବେ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି । ଯଦି ତାହା ନୁହେଁ ତେବେ ଦଳର ଶୃଙ୍ଖଳା କମିଟି ଏହା ଉପରେ ରଖିଛି ତ ନଜର? ତାହାଲେ କଣ ଏହି ନେତା ମାନଙ୍କ ଉପରେ ଆଗକୁ ଦଳ କିଛି ନେବ ପଦେକ୍ଷପ । ଦଳର ନେତୃତ୍ୱ ନେଉଥିବା ନେତା ଜୁଟାଇ ପାରିବେ ତ ସାହାସ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି