Masthead

୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । କେନ୍ଦୁଝର ବାଂଶପାଳ ବ୍ଲକ ଉରୁମୁଣ୍ଡା ଗାଁର ଜନଜାତି ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଘଟଣାର ପ୍ରତିବାଦ ରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଛାଡ଼ି ଦୋକାନ, ବଜାର, ସ୍କୁଲ୍, କଲେଜ, ପେଟ୍ରୋଲ ପମ୍ପ , ଯାନବାହାନ , ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି ।

ରୋହିଙ୍ଗିଆ ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବାକୁ ଦାବି କରାଯାଇଛି । ଆନ୍ଦୋଳକାରୀଙ୍କ ଆଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ଅନୁପ୍ରବେଶକାରୀମାନେ ଜିଲ୍ଲାରେ ସରକାରୀ ଜମି ମାଡିବସି ରହି ଚୋରି ରାହାଜାନୀ, ଗୋରୁ ବେପାର ଆଦି ଭଳି ଅପରାଧ ରେ ଲିପ୍ତ ରହିଛନ୍ତି । ପ୍ରଶାସନକୁ ବାରମ୍ଵାର ସୂଚନା ଦେବା ସହ ପରେ ମଧ୍ୟ ଫଳଘର ଶୂନ ।

କେନ୍ଦୁଝର ସହର ସହ ତୁରୁମୁଙ୍ଗା , ପାଟଣା , ଘଟଗାଁ, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ଘସିପୁରା, ଆନନ୍ଦପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ବେଶ ଦେଖିବାକୁ ମିଳିଛି । ଆଜି ସକାଳୁ ବିଶ୍ଵହିନ୍ଦୁ ପରିଷଦର ନେତା ଓ ସଦସ୍ୟମାନେ ବିଭିନ୍ନ ଛକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପିକେଟିଂ କରିଛନ୍ତି । ଜିଲ୍ଲାରେ ଯାନବାହାନ ଚଳାଚଳ ସଂପୂର୍ଣ୍ ବନ୍ଦ ରହିଛି । ଦୋକାନ, ବଜାର ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ