Masthead

ଲୋକସଭା ଲଢିବେ ୧୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହାଟ୍ରିକ ବିଜୟ ପାଇଁ ରଣନୀତି କରୁଛି ବିଜେପି । ୨୪ ବିଜୟ ପାଇଁ ମୋଦିଙ୍କ ଫର୍ମୁଲା । ରାଜ୍ୟସଭାରୁ ସାଂସଦ ଥାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ନେତାମାନେ ଲଢିବେ ଲୋକସଭା ନିର୍ବାଚନ । ଆନୁଷ୍ଠାନିକ ଭାବେ ଏ ନେଇ ଗଣମାଧ୍ୟମକୁ ସୂଚନା ଆସି ନ ଥିଲେ ବି କିଏ କିଏ ନିର୍ବାଚନ ଲଢିବେ, ଆଉ କେଉଁଠୁ ଲଢିବେ ତାହା ସ୍ଥିର ହୋଇସାରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୧୮ ରାଜ୍ୟସଭା ସାଂସଦ ଲୋକସଭା ପ୍ରାର୍ଥୀ ହେବେ, ସେଥିରେ ୧୨ ଜଣ କେନ୍ଦ୍ରମନ୍ତ୍ରୀ ଥିବା ଜଣାପଡିଛି । କେନ୍ଦ୍ରମନ୍ତ୍ରୀମାନେ ପ୍ରତ୍ୟକ୍ଷ ନିର୍ବାଚନ ଲଢିଲେ ସଂପୃକ୍ତ ରାଜ୍ୟରେ ବିଜେପି ପାଇଁ ଅନୁକୂଳ ବାତାବରଣ ତିଆରି ହେବ ବୋଲି ବିଜେପିର ଶୀର୍ଷ ନେତୃତ୍ୱସ୍ତରରେ ମତପ୍ରକାଶ ପାଇଛି ।

ଆଉ ଏହି ତାଲିକାରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ନାଁ । ଏହି ଦୁଇ କେନ୍ଦ୍ରମନ୍ତ୍ରୀ କେଉଁ ଆସନରୁ ଲଢିବେ ତାକୁ ନେଇ ଚର୍ଚ୍ଚା ବଢିଛି । ପ୍ରଥମେ ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ଧର୍ମେନ୍ଦ୍ର । ସେ ଏଥର ସାଧାରଣ ନିର୍ବାଚନରେ ଓଡ଼ିଶାର ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ପ୍ରାର୍ଥୀ ହୋଇପାରନ୍ତି । ୨୦୦୦ ମସିହାରେ ମେଂଟ ବେଳେ ଅନୁଗୁଳ ଜିଲ୍ଲା ପାଲଲହଡ଼ାରୁ ବିଧାୟକ ହୋଇଥିଲେ । ତାଙ୍କ ବାପା ଦେବେନ୍ଦ୍ର ପ୍ରଧାନ ଦେବଗଡ଼ ଲୋକସଭାରୁ ସାଂସଦ ଥିଲେ । ବାଜପାୟୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେଇଥିଲେ । ତେବେ ୨୦୦୪ରେ ବାପାଙ୍କ ସ୍ଥାନରେ ଦେବଗଡ଼ ଲୋକସଭାରୁ ପ୍ରାର୍ଥୀ ହୋଇ ଜିତିଥିଲେ । ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ହେଲା । ମେଂଟ ବି ଭାଙ୍ଗିଲା ।

ଦେବଗଡ଼ ଲୋକସଭା ସମ୍ବଲପୁର, ବରଗଡ଼ରେ ମିଶିଗଲା । ଧର୍ମେନ୍ଦ୍ର ପୁଣି ବିଧାନସଭାକୁ ଫେରିଲେ କିନ୍ତୁ ପରାସ୍ତ ହେଲେ । ଏବେ ପୁଣି ସେ ପ୍ରତ୍ୟେକ୍ଷ ନିର୍ବାଚନକୁ ଫେରିପାରନ୍ତି । ବିଧାନସଭା ଲଢିବେ ନା ଲୋକସଭା ସେ ନେଇ ବିଚାରବିମର୍ଷ ଚାଲିଛି । ୨୦୧୯ରେ ତାଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ନିର୍ବାଚନ ଲଢିଥିଲା । ସେ କିନ୍ତୁ କେଉଁଠାରୁ ପ୍ରାର୍ଥୀ ହୋଇ ନ ଥିଲେ । ଏଥର ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ଦଳର ନେତୃତ୍ୱ ଚାହୁଁଛନ୍ତି । ଏହା ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେପିକୁ ଫାଇଦା ଦେବ ବୋଲି କୁହାଯାଉଛି । ଢେଙ୍କାନାଳ କିମ୍ବା ସମ୍ବଲପୁର ତାଙ୍କ ପାଇଁ ଠିକ୍ ରହିବ ବୋଲି ମଧ୍ୟ ଦଳ ଚିନ୍ତା କରୁଛି ।

ସେହିଭଳି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ମଇଦାନକୁ ଓହ୍ଲାଇପାରନ୍ତି । ତେବେ ତାଙ୍କ ନାଁକୁ ନେଇ ଚୁଡ଼ାନ୍ତ ନିଷ୍ପତି ହୋଇନାହିଁ । ଯଦି ସେ ଲଢିବା କଥା ଫାଇନାଲ ହୁଏ ତେବେ କଟକ ଆସନକୁ ସେ ବାଛିପାରନ୍ତି । ଏଠାରେ ସେ ପୂର୍ବରୁ ଜିଲ୍ଲାପାଳ ଥିଲେ । କେନ୍ଦ୍ରମନ୍ତ୍ରୀ ହେବା ପରେ କଟକରେ ରେଳ କ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ଅଧିକ ଧ୍ୟାନ ଦେଇଛନ୍ତି । ତେଣୁ ସେ କଟକରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ମନସୁଖ ମାଣ୍ଡଭୀୟ, ହରଦୀପ ସିଂ ପୁରୀ ପ୍ରମୁଖଙ୍କ ନାଁ ମଧ୍ୟ ନିର୍ବାଚନ ଲଢିବା ତାଲିକାରେ ଥିବା କୁହାଯାଉଛି । ସେହିଭଳି ନିର୍ମଳା ସୀତାରମଣ, ଏସ. ଜୟଶଙ୍କରଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ଚୁଡାନ୍ତ ହୋଇନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ