ଘର ନଥିବାରୁ ଛେଳି ଗୁହାଳରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):   ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନ କରୁଛନ୍ତି, ଆଉ ଏହି ଯୋଜନାକୁ ସଠିକ ରୁପାୟନ କରିବା ପାଇଁ ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ତଦାରଖ କରିବା ପାଇଁ ଜନ ପ୍ରତିନୀଧି ମାନେ ରହିଛନ୍ତି । କିନ୍ତୁ ଗରିବ ଲୋକଙ୍କ ପାଖେ ପହଞ୍ଚି ପାରୁନି ସରକାରୀ ଯୋଜନା । ଯାହା ଫଳରେ ଲୋକଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା। ଘର ଖଣ୍ଡିଏ ନଥିବାରୁ ଛେଳି ଗୁହାଳରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି, ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଥେଙ୍ଗଡିଆ ଗ୍ରାମରେ । ୬୫ ବର୍ଷୀୟ ରାମ ସରେନ ଏବଂ ତାଙ୍କ ସ୍ତ୍ରୀ ଗୁରୁବାରି ସରେନ,ଜମିବାଡି କିଛି ନଥିବାରୁ ଗୋଟିଏ ବାଉଁଶ ଖୁଣ୍ଟ ପୋତା ଏଜବେଷ୍ଟସ ଘରେ କାଟୁଛନ୍ତି ଦିନ।

୪/୫ ମାସ ତଳେ କାଳବୈଶାଖୀ ବାର୍ଷା ପବନରେ ସେହି ଘରଟି ଭାଙ୍ଗି ଯିବାରୁ ଏବେ ପଲିଥିନ ପକା ଛେଳି ଗୁହାଳରେ ରହୁଛନ୍ତି । ଯେଉଁଠି ଛେଳି ରହୁଛନ୍ତି ସେଇଠି ଏହି ବୃଦ୍ଧ ଦମ୍ପତି ରହୁଛନ୍ତି । ଘରର ମରାମତି ଏବଂ ସରକାରୀ ଆବାସ ଘର ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟରେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଯାହା ଫଳରେ ଏହି ବର୍ଷା ପବନରେ ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା କହିଛନ୍ତି । ତେଣୁ ଏହି ବୃଦ୍ଧ ଦମ୍ପତି କୁ ସରକାର ଆବସ ଯୋଜନାରେ ଖଣ୍ଡିଏ ଘର ଏବଂ ପେନସନ ଯୋଜନାରୁ ଭତ୍ତା ଯୋଗାଇ ଦେବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ