ଆଇଏସ୍ ଅଧିକାରୀଙ୍କୁ ନେଇ ରାକେଶ ଟିକାୟତଙ୍କ ବିବାଦୀୟ ମନ୍ତବ୍ୟ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):   ସରକାରରେ ରହିଛନ୍ତି ତାଲିବାନର ଜଣେ କମାଣ୍ଡର । ତାଙ୍କ ନିର୍ଦ୍ଦେଶରେ ଚଷୀଙ୍କ ଉପରକୁ ଲାଠିଚାର୍ଜ ହେଉଛି । ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏକ ଭାଇରାଲ ଭିଡିଓରେ ଚାଷୀ ନେତା ରାକେଶ ଟିକାୟତ ଏପରି କହୁଥିବା ନଜରକୁ ଆସିଛି । ଏକ ଭାଇରାଲ ଭିଡିଓରେ ଜଣେ ଆଇଏସ ପୋଲିସ କର୍ମଚାରୀଙ୍କୁ ଚଷୀଙ୍କ ମୁଣ୍ଡ ଉପରେ ଲାଠି ମାଡ କିରିବାକୁ କହଥିବାର ଦେଖିବାକୁ ମିଳିଥିଲା । ଆଉ ଏହାପରେ ଏଥିରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଟିକାୟତ । ତେବେ ଦେଶରେ ଏଭଳି ଶାସନକୁ ସେ ତାଲିବାନ ଶାସନର ରୂପ ଦେଇଛନ୍ତି । ସେ କହିଛନ୍ତି ଯେ ସେମାନେ ଆମକୁ ଖଲିସ୍ତାନୀ ବୋଲି କହୁଛନ୍ତି । ଯଦି ଆମକୁ ଖଲିସ୍ତାନୀ ଓ ପାକିସ୍ତାନୀଙ୍କ ସହ ତୁଳନା କରାଯାଉଛି ତେବେ, ସରକାର ମଧ୍ୟ ଏଠାରେ ତାଲିବାନ ସହ ତୁଳନା ହେବାର ଯୋଗ୍ୟ ।

ଗତ ଶନିବାର ରାଜ୍ୟର ଶାସକ ଦଳ ବିଜେପିର ଏକ ବୈଠକ ବସିଥିଲା । ଯାହାକୁୁ ବିରୋଧ କରିବା ସମୟରେ ଆଇଏସ ଅଧିକାରୀ ଆୟୁଷ ସିହ୍ନାଙ୍କ ଏକ ଭିଡିଓ ରେକର୍ଡ ହେ।।ଇଥିଲା । ଯେଉଁଥିରେ ସେ ଜଣେ ପୋଲିସ କର୍ମଚାରୀଙ୍କୁ ଚାଷୀଙ୍କ ଉପରେ ଲାଠି ଚାର୍ଚ୍ଚର୍ କରିବାକୁ କହିଥିଲେ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟ୍ଟର ଆଇଏସ ଅଧିକାରୀଙ୍କ ଏପରି ନର୍ଦ୍ଦେଶକୁ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!