Masthead

୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏପ୍ରିଲ ୧ରୁ ୟୁପିଆଇ ପେମେଣ୍ଟ ହେବ ମହଙ୍ଗା । ୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଅତିରିକ୍ତ ଚାର୍ଜ । ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ଟଙ୍କା ପଠାଉଥିଲେ ଆପଣଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ । ଆଉ ମାଗଣା ନୁହେଁ ବରଂ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ । ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ୟୁପିଆଇ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗୁ କରିବାକୁ ସୁପାରିଶ କରାଯାଇଛି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ ପିପିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି । ଅର୍ଥାତ ୨ହଜାର ଟଙ୍କା ୟୁପିଆଇ ପେମେଣ୍ଟ କଲେ ଆପଣଙ୍କୁ ୨୦ ଟଙ୍କାରୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ବର୍ତମାନ ସମୟରେ ହେଉଥିବା ୟୁପିଆଇ ପେମେଣ୍ଟର ଅଧିକାଂଶ ନେଣଦେଣ ଦୁଇ ହଜାର ଟଙ୍କାରୁ ଉପରେ ରହୁଛି । ପାଖାପାଖି ୭୦ ପ୍ରତିଶତ ଟ୍ରାଞ୍ଜାକ୍ସନ ୨ ହଜାର ଟଙ୍କାରୁ ଅଧିକ ଥିବାରୁ, ଏହା ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି ନ୍ୟାସନାଲ ପେମେଣ୍ଟ କୋର୍ପରେସନ୍ ଅଫ୍ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ