Before Header

କହୁଛନ୍ତି ଧନ ନାହିଁ, କିନ୍ତୁ ବିଦେଶରେ ଗଚ୍ଛିତ

0 28

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :  ସୁନାମୀ ଆଣିଲା ପାଣ୍ଡୋରା ପେପର୍ସ । ବିଶ୍ୱର ହାଇଫ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତ୍ତି ହତେଇବା ପାଇଁ ବିପୁଳ ମାତ୍ରାରେ ଟିକସ ଫାଙ୍କିଛନ୍ତି । ତେବେ ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ ଅର୍ଥ କାରବାର ହୋଇଛି । ସେମାନଙ୍କ ମଧ୍ୟରୁ ରାଜନେତା ଓ ବିଲିଓନାୟର ଅଛନ୍ତି । ଖାଲି ଏତିକି ନୁହେଁ ଅନେକ ବ୍ୟବସାୟୀମାନେ ମଧ୍ୟ ଏହି ତାଲିକାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଶିଳ୍ପପତି ଅନୀଲ ଅମ୍ବାନି ଜଣେ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ଶିଳ୍ପପତି ଅନିଲ ଅମ୍ବାନି ବ୍ରିଟେନ କୋର୍ଟରେ ନିଜକୁ ଦେବାଳିୟା ଘୋଷଣା କରିଥିଲେ । ସତରେ କ’ଣ ଅନିଲ ଆମ୍ବାନିଙ୍କ ସମ୍ପତ୍ତି ଶୂନ । ତେବେ ଏହାକୁ ନେଇ ଏବେ ହଜାର ପ୍ରଶ୍ନ ଉଠିଛି । କାରଣ ରିଲାଏନ୍ସ ଏଡିଏ ଗୃପ୍ ଅଧ୍ୟକ୍ଷ ଅମ୍ବାନି ଏବଂ ତାଙ୍କ ପ୍ରତିନିଧିମାନଙ୍କ ନିକଟରେ ଜର୍ସି, ବ୍ରିଟିଶ ଭର୍ଜିନ ଆଇଲାଣ୍ଡସ୍ ଏବଂ ସାଇପ୍ରସ ଭଳି ଜାଗାରେ ଅତିକମରେ ୧୮ ଟି ବିଦେଶୀ କମ୍ପାନି ଥିବା ଜଣାପଡିଛି । ନିଜକୁ ଦେବାଳିୟ ଘୋଷିତ କରିଥିବା ଅନିଲ ବିଦେଶରେ କିନ୍ତୁ ଧନୀ । ସୂଚନା ଅନୁଯାୟୀ ପାନାମା ପେପର୍ସ ପରେ ଏବେ ଭାରତୀୟଙ୍କ ବିଦେଶ କାରାବାର ଉପରେ ପାଣ୍ଡୋରା ପେପର୍ସ ଗୁମର ଖୋଲିଛି ।

ପାଣ୍ଡୋରା ପେପର୍ସ କ’ଣ
ଇଣ୍ଟରନ୍ୟାସନାଲ କନସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟ ତଥା (ଆଇସିଆଇଜେ) ପକ୍ଷରୁ ପାଣ୍ଡୋରା ପେପର୍ସକୁ ସାର୍ବଜନୀନ କରାଯାଇଛି । ଆଇସିଆଇଜେ ଜର୍ଣ୍ଣାଲିଷ୍ଟଙ୍କ ଦ୍ୱାରା ପ୍ରସୁସ୍ତ କରାଯାଇଥିବା ଏହି ତଦନ୍ତ ରିପୋର୍ଟ ଆନୁସାରେ ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ରର ଧନୀବ୍ୟକ୍ତି ଟିକସ ଫାଙ୍କିବା ଭଳି କଳାକାରନାମାରେ ଜଡିତ ଅଛନ୍ତି । ତେବେ ଏହି ପାଣ୍ଡୋରା ପେପର୍ସ ବେଆଇନ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ ତଥ୍ୟକୁ ସମ୍ନାକୁ ଆଣେ । ଆଇସିଆଇଜେ ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ ଏହି ଏହି ମାମାଲାରେ ଯାଞ୍ଚ ପ୍ରକ୍ରିୟା ସମ୍ପାଦନ ପାଇଁ ୧୧୭ଟି ଦେଶରେ ୬୦୦ରୁ ଅଧିକ ସମ୍ବାଦିକଙ୍କୁ ସମାନ କରାଯାଇଥିଲା । ଏଥିରେ ୧୨ କୋଟି ଦସ୍ତାବିଜର ଯାଞ୍ଚ ମଧ୍ୟ ହୋଇଛି । ତେବେ ଏହି ଲିକରେ ବର୍ତ୍ତମାନର ତଥା ଅନୁସାରେ ପୁର୍ବତନ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ଏବଂ ରାଜ୍ୟର ମୁଖ୍ୟ ତଥା ଶହେରୁ ଅଧିକ ବିଲିଓନାୟର , ସେଲିବ୍ରିଟି ରହିଛନ୍ତି ।

ସେହିପରି ଅନିଲ ଅମ୍ବାନି ନିଜକୁ ୨୦୨୦ରେ ଫେବୃଆରୀରେ ଲଣ୍ଡନର ଏକ କୋର୍ଟରେ କହିଥିଲେ ଯେ, ତାଙ୍କର ମୋଟ ସମ୍ପତ୍ତି ଶୂନ । ଚୀନର ୩ ସରକାରୀ ବ୍ୟାଙ୍କ ଦ୍ୱାରା କରାଯାଇଥିବା ମାମଲାର ଶୁଣାଣିବେଳେ ଅନିଲଙ୍କ ବିଦେଶୀ ସମ୍ପତ୍ତିକୁ ନେଇ ବିବରଣୀ ପ୍ରଦାନ କରାଯାଇ ନଥିଲା । ବିଦେଶୀ ସମ୍ପତ୍ତି ତାଲିକା ବିଷୟରେ ତଥ୍ୟ ଦେବାକୁ କହୁଥିଲେ ଅନିଲ କହୁଥିଲେ ଯେ, ତାଙ୍କର କୌଣସି ସମ୍ପତ୍ତି ନୀହିଁ ।ଏବେ କିନ୍ତୁ ପାଣ୍ଡୋରା ପେପର୍ସ ଯାଞ୍ଚରେ ତାଙ୍କର ଗୁମର ଖୋଲିଛି । ସୂଚନା ଅନୁସାରେ ତାଙ୍କ ପାଖରେ ଜର୍ସି, ବ୍ରିଟିସ ଭର୍ଜିନ ଏବଂ ସାଇପ୍ରସ ଭଳି ଜାଗାରେ ତାଙ୍କର ସମ୍ପତ୍ତି ରହିଛି ।

ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟମାନଙ୍କୁ ନେଇ ଏକ ଅନ୍ତର୍ଜାତୀୟ ସଂସ୍ଥା ତଥା ଆଇସିଆଇଜେ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ସଂସ୍ଥା ପକ୍ଷରୁ ଜାରି ପାଣ୍ଡୋରା ପେପର୍ସ ରିପୋର୍ଟରେ ବିଶ୍ୱର ଅନେକ ଧନୀଶାଳି ବ୍ୟକ୍ତିଙ୍କ ନାଁ ସମ୍ନାକୁ ଆସିଛି । ଆକ୍ଟୋବର ୩ ରେ ଜାରି ହୋଇଥିବା ପାଣ୍ଡୋରା ପେପର୍ସରେ ପୁର୍ବତନ କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକର , ଅନିଲ ଅମ୍ବାନି, ବିନୋଦ ଆଦାନି, ନୀରା ରାଡିଆ, ସତାଶ ସର୍ମା, ଜ୍ୟାକି ଶ୍ରଫ ଏବଂ କିରଣ ମଜୁମଦାର ସମେତ ୩୮୦ ଭାରତୀୟଙ୍କ ନାଁ ସାମିଲ ଅଛି । ଏମାନଙ୍କ ମଧ୍ୟରୁ ବ୍ରିଟେନରେ ନିଜକୁ ଦେବାଳିୟା ଘୋଷିତ କରିଥିବବା ଅନିଲ ଅମ୍ବାନି ବାସ୍ତବରେ କିନ୍ତୁ ଧନୀ ତାହା ଏହି ରିପୋର୍ଟରୁ ଜଣାପଡିଛି । ସେ ନିଜକୁ ବ୍ରିଟେନ କୋର୍ଟରେ ଦେବାଳିଆ ଘୋଷିତ କରିଥିଲେ । କିନ୍ତୁ ବିଦେଶରେ ୧୮ଟି କମ୍ପାନିର ମାଲିକାନା ଦଖଲ କରିଥିବା ଜଣାପଡିଛି । ୨୦୦୭ ରୁ ୨୦୧୦ ମଧ୍ୟରେ ସ୍ଥାପନ ହୋଇଥିବା କମ୍ପାନୀଗୁଡିକ ମଧ୍ୟରୁ ୫ଟି କମ୍ପାନୀ ୧୩୦ କୋଟି ଡଲାର ନିବେଶ କରିଥିବା ପଡିଛି ।

ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ପପ୍ ସିଙ୍ଗର ଶକିରା ଓ ରାଜନୀତିଜ୍ଞ ଟୋନିଙ୍କ ନାଁ ମଧ୍ୟ ଏହି ରିପୋର୍ଟରେ ସାମିଲ ଅଛନ୍ତି । ଆଇସିଆଇଜେ ୫ ବର୍ଷ ପୂର୍ବରୁ ପାନାମ ପେପେର୍ସ ଜାରି କରିଥିଲା । ଏହି ପେପର୍ସରେ ଯେଉଁମାନେ ଟିକସ ଫାଙ୍କିଛନ୍ତି ସେମାନଙ୍କ ନାଁ ଉଲ୍ଲେଖ ରହିଥିଲା । ବିଶ୍ୱବ୍ୟାପି ୧୪ଟି କମ୍ପାନିରୁ ମିଳିଥିବା ପ୍ରାୟ ୧କୋଟି ୨୦ ଲକ୍ଷ ଦସ୍ତାବିଜର ଯାଞ୍ଜ ହୋଇଥିଲା । ଏଥିରେ ଭାରତ ସହ ଦେଶର ଶହ ଶହ ନେତାଙ୍କର ଗୁପ୍ତ ସମ୍ପତ୍ତିର ପିଡି ଖୋଲିଥିଲା । ଆଇସିଆଇଜେ ଅନୁସାରେ ଏହା ଭାରତ ସହିତ ୯୧ ଦେଶ ଗୁଡିକର ୩୫ ବର୍ତ୍ତମାନର ତଥା ପୂର୍ବତନ ରାଷ୍ଟ୍ରଧ୍ୟକ୍ଷ, ୩୩୦ରୁ ଅଧିକ ରାଜନେତା ଏବଂ ସରକାରୀ ଅଧିକାରିମାନଙ୍କ ଫାଇଲ ରହିଛି । ସେମାନଙ୍କ ମଧ୍ୟରୁ କ୍ରିକେଟର ସଚିନ ତେନ୍ଦୁଲକର ଜଣେ । ଏଥିରେ ସଚିନ ତେନ୍ଦୁଲକରଙ୍କ ଓକିଲ କହିଛନ୍ତି ଯେ, ସଚିନ ତେନ୍ଦୁଲକରଙ୍କ ନିବେଶ ଆଇନମୂଳକ ଭାବେ ବୈଧ ଏବଂ ଏହାକୁ ନେଇ ଟିକସ ଆଧିକାରିମାନେ ସୂଚିତ ଅଛନ୍ତି । ପାଣ୍ଡୋରା ପେପର୍ସ ଲିକରେ ବାୟୋକେନ ଅଧ୍ୟକ୍ଷା କିରଣ ମଜୁମଦାର ସ୍ୱାମୀଙ୍କ ବିଦେଶ ସ୍ଥିତ ଏକ ଟ୍ରଷ୍ଟକୁ ମଧ୍ୟ ସମିକ୍ଷା କରାଯାଇଛି । ଏହା ଉପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭୁଲବଶତଃ ତାଙ୍କ ସ୍ୱାମିଙ୍କ ବିଦେଶ ସ୍ଥିତ ଟ୍ରଷ୍ଟର ନାଁକୁ ସାମିଲ କରାଯାଇଛି ।

 

 

Leave A Reply

Your email address will not be published.