Masthead

କଂଗ୍ରେସ ରାଜନୀତିକୁ ଗୁରୁତର ନେଉନାହିଁ: ମମତା ବାନାର୍ଜୀ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଲାଗୁଥିଲା ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଶାସକ ଦଳ ବିରୁଦ୍ଧରେ ଲଢେଇ କରିବେ । ବିଶେଷ କରି ତୃଣମୂଳ କଂଗ୍ରେସ ଓ କଂଗ୍ରେସ ପକ୍ଷରୁ ଅଧିକ ଆଶା ରଖାଯାଉଥିଲା । ହେଲେ ଏପରି ନହୋଇ ବର୍ତ୍ତମାନ ଦୁଇ ଦଳ ବାରମ୍ବାର ମୁହାଁମୁହିଁ ହେବାରେ ଲାଗିଛନ୍ତି । ତେବେ କଂଗ୍ରେସ ସିରିୟସ ନୁହଁ ।

ଏପରି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଶକ୍ତିଶାଳୀ ହେବେ । କଂଗ୍ରେସ ରାଜନୀତିକୁ ଗୁରୁତର ନେଉନାହିଁ । ଏପରିକି କଂଗ୍ରେସ ମହାମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ନେଉନାହିଁ ବୋଲି ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ କଂଗ୍ରେସକୁ ପୂର୍ବରୁ ସୁଯୋଗ ମିଳୁଥିଲା । କିନ୍ତୁ ସେମାନେ ପଶ୍ଚିମବଙ୍ଗରେ ବିଜେପି ବଦଳରେ ତାଙ୍କ ବିରୋଧରେ ଲଢିଥିଲେ । ଏହା ସହ ଟିଏମସି ଗୋଆର ସମସ୍ତ ୪୦ଟି ଆସନରେ ନିର୍ବାଚନ ଲଢିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର