Masthead

ଧବଳମୁଖୀ ବେଶରେ ଦର୍ଶନ ଦେବେ ମା’ ସମଲେଇ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ମା ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶ୍ରଦ୍ଧାଳୁଙ୍କ ଅନୁମତି । ଆସନ୍ତା ବୁଧବାର ପବିତ୍ର ମହାଳୟା ଅବସରରେ ମା ସମଲେଇଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ। ଗତବର୍ଷ ମା’ଙ୍କ ଦର୍ଶନ ରୁ ବଞ୍ଚିତ ହୋଇଥିଲେ ଭକ୍ତ । ଏବର୍ଷ କ’ଣ ହେବ ଅନିଶ୍ଚିତତା ରେ ଥିଲେ ଭକ୍ତ । କିନ୍ତୁ ପ୍ରଶାସନର ଏକ ବୈଠକରେ ନିଷ୍ପତି ହୋଇଥିଲା ଯେ ଏ ବର୍ଷ ଭକ୍ତ ମା ଙ୍କ ଦର୍ଶନ କରିପାରିବେ। ସମସ୍ତେ କରୋନା କଟକଣାକୁ ମାନି ମା’ଙ୍କ ଦର୍ଶନ କରିପାରିବେ। ମହାଳୟା ପର ଦିନ ଠାରୁ ନବରାତ୍ର ପାଇଁ ମାନସିକ ଦୀପ ପ୍ରଜ୍ବଳନ ହୋଇଥାଏ ।

ତାକୁ ଆଖି ଆଗରେ ରଖି ସମସ୍ତଙ୍କୁ ଦୀପ ଘରକୁ ପ୍ରବେଶ ମନା କରାଯାଇଛି। ଶ୍ରଦ୍ଧାଳୁ ମାନେ ପୂଜକ ମାନଙ୍କ ସହ ଯୋଗାଯୋଗ କରି ଦୀପ ପ୍ରଜ୍ବଳନ କରିବେ ଓ ଘରେ ଥାଇ ଅନଲାଇନ ମାଧ୍ୟମରେ ଦୀପର ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତ ବୁଧବାର ସକାଳ ପ୍ରାୟ ୬ ଟାରୁ ସନ୍ଧ୍ୟା ୬.୩୦ ଯାଏଁ ମା’ଙ୍କ ଧବଳମୁଖୀ ବେଶ ତଥା ଗଙ୍ଗା ଦର୍ଶନ କରିପାରିବେ ସମସ୍ତ କରୋନା କଟକଣା ଭିତରେ ବୋଲି ଟ୍ରଷ୍ଟ ବୋର୍ଡ ମୁଖ୍ୟ ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। କେବଳ ମା’ଙ୍କ ମଧ୍ୟାହ୍ନ ଭୋଗ ସମୟରେ ବିରତି ରହିବ। ମା’ଙ୍କ ର ଏହି ବେଶ ଅଢେଇ ଦିନ ପର୍ଯ୍ୟନ୍ତ ରହିଥାଏ।

ମା’ଙ୍କ ଏହି ବେଶ ଯିଏ ଦର୍ଶନ କରେ ତାର ସମସ୍ତ ଦୁଃଖ ଦୂର ହୁଏ ଓ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଗୁରୁବାର ଠାରୁ ନବରାତ୍ର ଶେଷ ପର୍ଯ୍ୟନ୍ତ ସକାଳ ପ୍ରାୟ ୬ ରୁ ୧୧.୩୦ ଯାଏ ଓ ମଧ୍ୟାହ୍ନ ୧ ରୁ ସନ୍ଧ୍ୟା ୭.୩୦ ଯାଏ ମା’ଙ୍କ ଦର୍ଶନ କରିପାରିବେ ସମସ୍ତ ଭକ୍ତ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। କୌଣସି ଭକ୍ତ କିଛି ଭୋଗ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି। ବର୍ତମାନ ମା’ଙ୍କ ଧବଳମୁଖୀ ବେଶ ଓ ପାର୍ବଣ ପାଇଁ ସମଲେଇ ମନ୍ଦିର ସମେତ ସାରା ସମ୍ବଲପୁର ସହରର ସମସ୍ତ ମନ୍ଦିରରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼