Masthead

ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ

ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ମାଇକ୍ରୋସଫ୍ଟ ଏବଂ ଗୁଗୁଲ ଭଳି ବଡ଼ ଟେକ୍ କମ୍ପାନୀ ଭାରତରେ ବିଶ୍ୱସ୍ତରୀୟ ନିଯୁକ୍ତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ନିଯୁକ୍ତି ବନ୍ଦ କରିବେ ଗୁଗୁଲ, ମାଇକ୍ରୋସଫ୍ଟ ଆହ୍ୱାନ ଦେଲେ ଆମେରିକାର ରାଷ୍ଟ୍ରପତି ଡ଼େନାଲ୍ଡ ଟ୍ରମ୍ପ । ଗତକାଲି ୱାଶିଂଟନରେ ଏଆଇ ଶିଖର ସମ୍ମିଳନୀ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ମାଇକ୍ରୋସଫ୍ଟ ଏବଂ ଗୁଗୁଲ ଭଳି ବଡ଼ ଟେକ୍ କମ୍ପାନୀ ଗୁଡ଼ିକରେ ଭାରତରେ ବିଶ୍ୱସ୍ତରୀୟ ନିଯୁକ୍ତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକୀୟ କମ୍ପାନୀ ଗୁଡ଼ିକ ଚୀନ୍ରେ କାରଖାନା ନିର୍ମଣ ଏବଂ ଭାରତତୀୟ କର୍ମଚାରୀମାନଙ୍କୁ ନିଯୁକ୍ତ ଦେବା ଅପେକ୍ଷା ଘରୋଇ ନିଯୁକ୍ତିକୁ ପ୍ରଥମିକତା ଦେବାକୁ ବାର୍ତ୍ତା ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ ଅନେକ ବଡ଼ ଟେକ୍ କମ୍ପାନୀ ଗୁଡ଼ିକ ଆମେରିକାର ସ୍ୱାଧିନତାର ସୁଫଳ ଉଠାଇ ଆମେରିକା ବାହାରେ ବଡ଼ ନିବେଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଆମେରିକା ଚୀନ୍ ସେମାନଙ୍କର କାରଖାନା ନିର୍ମାଣ କରିଛନ୍ତି , ଭାରତରେ କର୍ମଚାରୀମାନଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ଟେକ୍ ଶିଳ୍ପର ‘ବିଶ୍ୱବ୍ୟାପୀ ମାନସିକତା’ କହି ସମାଲୋଚନା କରିଥିଲେ । ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଅଧୀନରେ ସେହି ଦିନ ଶେସ ହୋଇଛି ବୋଲି କହିଛନ୍ତି ।

ଆମେରିକାର ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଆମେରିକା ପାଇଁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଆବଶ୍ୟକ । ଟ୍ରମ୍ପ ଏହି ସମ୍ମିଳନୀରେ କୃତ୍ତିମ ବୁଦ୍ଧିମତ୍ତା ସମ୍ବଦ୍ଧୀୟ ତିନୋଟି ନୂତନ ପ୍ରସ୍ତାବ ସ୍ୱାକ୍ଷର କରିଛନ୍ତି । ପ୍ରଥମ ଆଦେଶକୁ ‘ ୱିନିଂ ଦି ରେସ’ ନାମରେ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି । ଯାହା ଆମେରିକାରେ ଏଆଇ ବିକାଶକୁ ପ୍ରତ୍ସାହିତ କରିବା ଏବଂ ଦେଶର ପ୍ରଗତିର ବାଧା ସୃଷ୍ଟିକୁ ହ୍ରାସ କରିବା । ‘ୱିନିଂ ଦି ରେସ’ର ମୂଳ ଲକ୍ଷ୍ୟ ହେଉଛି ଡ଼ାଟାସେଣ୍ଟର ନିର୍ମାଣକୁ ତ୍ୱରାନ୍ୱିତ କରିବା ସହ କାମ୍ପାନୀଗୁଡ଼ିକରେ ଏଆଇ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରିବା ।

ଟ୍ରମ୍ପଙ୍କ ଦ୍ୱିତୀୟ ଆଦେଶରେ ସରକାରୀ ଅର୍ଥ ପାଉଥିବା ଏଆଇ ବିକାଶକାରୀ କମ୍ପାନୀମାନଙ୍କୁ ଏଆଇ ଟୁଲ୍ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ତାଙ୍କ ସରକାର ୱେକ୍ ଏଆଇ ମଡ଼େଲକୁ ସମର୍ଥନ କରୁ ନାହାନ୍ତି । ସେ ପୂର୍ବତନ ପ୍ରସାଶନର ବିଚାରଧାରାକୁ ପ୍ରୋତ୍ସାହନ ବିରୋଧରେ ସେ କହିଛନ୍ତି ଯେ ଆମେ ୱାକରୁ ମୁକ୍ତି ଚାହୁଁଛୁ । ଏଆଇ ମଡ଼େଲଗୁଡ଼ିକ ସଠିକ ହେବା ଦରକାର ଏହା ରାଜନୌତିକ ବିଚାରଧାରା ପ୍ରଭାବିତ ହେବା ଉଚ୍ଚିତ ନୁହେଁ ।

ତୃତୀୟ ଆଦେଶ ଆମେରିକୀୟ ଏୟାର ଟୁଲସକୁ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାରେ ସହାୟତା କରିବା ସହ ଆମେରିକା ଏଆଇର ପୂର୍ଣ୍ଣ ବିକାଶ କରିବ । ଟ୍ରମ୍ପ ଏଆଇ ଶବ୍ଦକୁ ନାପସନ୍ଦ କରିବା ସହ ଏହା କୃତ୍ରିମ ନୁହଁ, ଏହା ଜିନିଅସ ବୋଲି କହିଛନ୍ତି ।


ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା