Masthead

ଛୋଟ ଛୁଆର ମୁଣ୍ଡ କାଟିଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ଥାନକୁ ଜବରଦଖଲ କରିବା ପରେ ତାଲିବାନର ବର୍ବରତା ବଢିଚାଲିଛି । ଦିନକୁ ଦିନ ହିଂସ୍ର ହେଉଛି ତାଲିବାନ । ସୀମା ପାର କରି ଆଫଗାନିବାସୀଙ୍କୁ ନିର୍ଯାତନା ଦେଇଚାଲୁଛି । ଶେଷରେ ଛୋଟ ଛୁଆକୁ ବି ଛାଡୁନି ନିଷ୍ଠୁର ତାଲିବାନ । ଏବେ ତାଲିବାନର ଆଉ ଏକ କୃରତାର ଚିତ୍ର ସାମ୍ନାକୁ ଆସିଛି । ଜଣେ ଛୋଟ ଛୁଆର ମୁଣ୍ଡକୁ କାଟି ତାକୁ ହତ୍ୟା କରିଛି ତାଲିବାନ । ଖାଲି ଏତିକି ନୁହେଁ ଛୁଆର ବାପାକୁ ବି ଅତି ନିର୍ମମ ଭାବେ ହତ୍ୟା କରିଛି ତାଲିବାନ ସେନା । ଆଫଗାନିସ୍ତାନରେ ନିଜର ଆତଙ୍କ ଖେଳାଇ ଏବେ ସେଠାରେ ମନମୁଖୀ ଶାସନ ଚଳାଉଛି । କ୍ଷମତାକୁ ଆସିବା ପରେ ତାଲିବାନ ଏବେ ସେଠାରେ ଶିରିଆ ଆଇନକୁ କଡାକଡି କରିବାକୁ ଲାଗିପଡିଛି ।

ସୂଚନା ଅନୁଯାୟୀ, ତାଲିବାନ ସେନା ଜଣେ ଶିଶିକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି । ଶିଶୁର ବାପା ଅ।।ଫଗାନ ରେସିଷ୍ଟେଣ୍ଟ ଫୋର୍ସର ସଦସ୍ୟ ଥିବା ସନ୍ଦେହ କରି ଶିଶୁକୁ ହତ୍ୟା କରିଛନ୍ତି । ଶିଶୁର ବାପାଙ୍କୁ ମଧ୍ୟ ତାଲିବାନ ସେନା ହତ୍ୟା କରିଥିବାର ସୂଚନା ମିଳିଛି । ତେବେ ସ୍ୱତନ୍ତ୍ର ମିଡିଆ ‘ପଞ୍ଜଶିର ଅବଜରଭର’ ପକ୍ଷରୁ ଏକ ଟୁଇଟ କରି ସୂଚନା ଦେଇଯାଇଛି । ଟୁଇଟରେ ଲେଖା ଯାଇଛି ଯେ, ଆଫଗାନର ରେସିଷ୍ଟାଣ୍ଟ ଫୋର୍ସ ଥିବା ସନ୍ଦେହରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଶିଶୁକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି ତାଲିବାନ ।ଏହା ପରେ ଶବକୁ କ୍ରେନ ସାହାର୍ଯ୍ୟରେ ବିଚ ରାସ୍ତା ଉପରେ ଟାଙ୍ଗି ଦେଇଥିଲେ । ଦୀର୍ଘ ସମୟ ଧରି ସେମାନଙ୍କ ଶବ ସେଠାରେ ପଡି ରହିଥିବା ଜଣାପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ