ଚାଇନାରେ ବିଦ୍ୟୁତ ସଙ୍କଟ, ଗରମ ପାଣିକୁ ବି ବାରଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ଵକୁ ନକଲିର ଲଣ୍ଠନ ଦେଖାଉଥିବା ଦେଶ ଏବେ ଅନ୍ଧାରରେ। କୋଇଲା ଯୋଗାଣରେ ସମସ୍ୟା ହେତୁ ଚୀନ୍‌ରେ ଦେଖାଦେଇଛି ବିଦ୍ୟୁତ ସଙ୍କଟ । ପରିସ୍ଥିତି ଏପରିକି ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡିଛି । ଲୋକମାନେ ନିଜ ଘରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘରେ ପାଣି ଗରମ କରିବାକୁ ବି ବାରଣ କରିଛି ଡ୍ରାଗନ। ବିଶେଷକରି ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଉଗ୍ର ରୂପ ନେଉଛି।

ଚୀନରେ ଉତ୍ପାଦନକାରୀଙ୍କ ଚାହିଦା ବୃଦ୍ଧି ମଧ୍ୟରେ କୋଇଲା ଯୋଗାଣ ପ୍ରଭାବିତ ହୋଇଛି। ଫଳରେ କୋଇଲା ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ ବିଦ୍ୟୁତ୍ ସଙ୍କଟ ଉଗ୍ରରୂପ ନେଉଛି। ଏହି କାରଣରୁ ଆପଲ୍, ଟେସଲା ଭଳି କମ୍ପାନୀର କାରଖାନା ମଧ୍ୟ ବନ୍ଦ ହେବା ଉପରେ ରହିଛି। ବିଜୁଳି ସଙ୍କଟ ପାଇଁ ଚୀନର ଉତ୍ପାଦନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। କାରଖାନାଗୁଡ଼ିକ ଆବଶ୍ୟକ ବିଦ୍ୟୁତ୍ ପାଇପାରୁ ନାହାଁନ୍ତି। ସେପଟେ ଶୀତଦିନେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।

ଚାଇନାରେ ଏହି ଶକ୍ତି ସଙ୍କଟ ଦେଖାଦେଇଛି, ଯେତେବେଳେ ଚୀନ୍ ଅର୍ଥନୀତି କରୋନା ସମୟ ମଧ୍ୟରେ ଅବନତି ଘଟାଇଥିବାର ଦେଖାଯାଏ । ଏଭଳି ପରିସ୍ଥିତିରେ ଚୀନ୍ ପାଇଁ ଏହି ସଙ୍କଟ ବଢିଛି । ପ୍ରାୟ ୧୫ଟି ଚାଇନିଜ୍ କମ୍ପାନୀ ସୂଚନା ଦେଇଛନ୍ତି ଯେ ସେମାନଙ୍କର ଉତ୍ପାଦନ ବନ୍ଦ ହୋଇଯାଇଥିବା ବେଳେ ତାଲିକାଭୁକ୍ତ ୩୦ ଟି ତାଇୱାନ କମ୍ପାନୀ ବିଦ୍ୟୁତ୍ ସଙ୍କଟ କାରଣରୁ ଉତ୍ପାଦନ ବନ୍ଦ କରି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ