Masthead

ଚାକିରି ନାଁ ରେ ୧୩ ଲକ୍ଷ ଟଙ୍କା ଠକେଇ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଚାକିରି ନାଁ ରେ ବଡ଼ ଧରଣର ଠକେଇ । ଗ୍ରାଜୁଏଟ୍ ଲେବେଲ୍ ମିଳିତ ପରୀକ୍ଷା – ୨୦୨୨ ସ୍ତରରେ ଚାକିରୀ କରାଇଦେବା ପାଇଁ କହି ଯୁବକଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏ ସଂକ୍ରାନ୍ତରେ ଭଂଜନଗର ଠାରେ ରହୁଥିବା, ଜି.ଉଦୟଗିରି JMFC ରେ କାର୍ଯ୍ୟରତ ଜୁନିଅର କ୍ଳର୍କ ଅବିନାଶ ଆଚାର୍ଯ୍ୟ ଏବଂ ତାଙ୍କର ଜଣେ ସହଯୋଗି ଶୁଭମ୍ କୁମାର ପ୍ରଧାନଙ୍କୁ ଗିରଫ କରିଛି ଭଂଜନଗର ପୋଲିସ ।

ତାଙ୍କ ଠାରୁ ୧୫ ହଜାର ଟଙ୍କା, ଏଟିଏମ୍ କାର୍ଡ ଓ ମୋବାଇଲ ଏବଂ ବିଭିନ୍ନ କାଗଜପତ୍ର ଜବତ ହୋଇଛି । ଗତ ୨୩ ତାରିଖରେ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି । ତାଙ୍କ ପୁଅ ଶୁଭାଶିଷ ଜେନା ଗ୍ରାଜୁଏଟ୍ ଲେବେଲ୍ ମିଳିତ ପରୀକ୍ଷା – ୨୦୨୨ ସ୍ତରରେ ଚାକିରୀ କରାଇଦେବା ପାଇଁ ଭଂଜନଗର ଲଣ୍ଢେଇସାହି ରେ ରହୁଥିବା ଅବିନାଶ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କା ଚୁକ୍ତି କରିଥିଲେ । ଏ ବାବଦରେ ଅଭିଯୋଗକାରୀଙ୍କ ଠାରୁ ୧୩ ଲକ୍ଷ ଟଙ୍କା ନେଇଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଚାକିରି ନହେବାରୁ, ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ, ଧରାଛୁଆଁ ଦେଇ ନଥିଲେ ଅବିନାଶ । ଏନେଇ ଭଂଜନଗର ଥାନା ରେ ଲିଖିତ ଅଭିଯୋଗ କରିଥିଲେ କୃଷ୍ଣଚନ୍ଦ୍ର । ଘଟଣା ପରେ ଅବିନାଶ, ଗୋଆ ଫେରାର ହୋଇଯାଇଥିବା ବେଳେ, କୌଣସି ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା ସେ ଭୁବନେଶ୍ୱର ଆସିଛି । ଭୁବନେଶ୍ୱରରୁ ଅଭିଯୁକ୍ତ ଅବିନାଶକୁ ଗିରଫ କରାଯାଇଥିବା ଭଂଜନଗର ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ