Before Header

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣା, ରହସ୍ୟ ଖୋଜି ପାଉନି ପୋଲିସ

0 30

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଘଟଣା । ରହସ୍ୟ ଖୋଜି ପାଉନି ପୋଲିସ । ବୁର୍ଲା ଥାନାରେ ଏଫଆଇଆରକୁ ୨୪ ଘଣ୍ଟା ପୁରିବାକୁ ବସିଲାଣି ହେଲେ ଏ ପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟରେ ପହଞ୍ଚି ପାରିନି ପୋଲିସ । ସେପଟେ ବୁର୍ଲା ଥାନାରେ ଚିନ୍ମୟୀଙ୍କ ମା ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର। କହିଛନ୍ତି ଆରୋପି ଛାତ୍ର ଓ ଏହାର ଦୁଇଜଣ ସାଙ୍ଗଙ୍କୁ ରଖି ପଚରା ଚାଲିଛି। ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ସରିଛି, ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ଜଣାପଡିବ ।

Leave A Reply

Your email address will not be published.