କ୍ରେଜ ବଢାଉଛି ‘ଗନ୍ସ ଆଣ୍ଡ ଗୁଲାବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜକୁମାର ରାଓଙ୍କ ଆଗାମୀ ୱେବ ସିରିଜ ‘ଗନ୍ସ ଆଣ୍ଡ ଗୁଲାବ’କୁ ନେଇ କ୍ରେଜ ବଢିବାରେ ଲାଗିଛି । ଏହି ସିରିଜର ଟ୍ରେଲରର ରିଲିଜ ତାରିଖ ସାମ୍ନାକୁ ଆସିଛି । କ୍ରାଇମ-ରୋମାଣ୍ଟିକ-ଡ୍ରାମା କୁ ନେଇ ଏହି ସିରିଜଟି ତିଆରି ହୋଇଛି । ଏହି ସିରିଜରେ ରାଜକୁମାର ରାଓଙ୍କ ସହ ଦୁଲକର ସଲମାନ, ଆଦର୍ଶ ଗୌରବ, ଗୁଲସନ ଦେବୈୟା ଏବଂ ଟିଜେ ଭାନୁ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ସିରିଜରେ ୯୦ ଦଶକର ଗ୍ୟାଙ୍ଗଷ୍ଟାର ଏବଂ ହିଂସା ଜଗତକୁ ପୁଣି ଥରେ ପରଦାରେ ଦେଖାଇବାକୁ ଯାଉଛନ୍ତି । ସିରିଜ ‘ଗନ୍ସ ଆଣ୍ଡ ଗୁଲାବ’ର ଟ୍ରେଲର ଅଗଷ୍ଟ ୨ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏଥି ସହିତ ଏହି ସିରିଜର ରିଲିଜ ତାରିଖ ଘୋଷଣା ହୋଇସାରିଛି । ଏହି ସିରିଜଟି ୧୮ ଅଗଷ୍ଟରେ ନେଟଫ୍ଲିକ୍ସରେ ରିଲିଜ ହେବ ।

ରିପୋର୍ଟ ଅନୁଯାୟୀ, ‘ଗନ୍ସ ଆଣ୍ଡ ଗୁଲାବ’ର ପୁରା କାହାଣୀ ଗୁଲାବଗଞ୍ଜ ସହରର ଘଟଣା ଭଳି ମନେ ହୁଏ । ଯେଉଁଠି ପ୍ରତିଦିନ କିଛି ନା କିଛି ଅପରାଧ ଘଟିଥାଏ । ଏହି ପ୍ରୋଜେକ୍ଟ ବ୍ୟତୀତ ଗୁଲସନ ଦେବୈୟା ତାଙ୍କ ଆଗାମୀ ଫିଲ୍ମ ‘ଉଲଝ’ର ସୁଟିଂ ମଧ୍ୟ କରୁଛନ୍ତି । ଏହି ଫିଲ୍ମରେ ଜାନଭୀ କପୁର ମଧ୍ୟ ନଜରେ ଆସିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ