Masthead

ଜାମ୍ମୁକାଶ୍ମୀରରେ ଓଡ଼ିଆ ଯବାନ ସହିଦ

ଜାମ୍ମୁକାଶ୍ମୀର(ବଡ଼ ଖବର ବ୍ୟୁରୋ): ଜାମ୍ମୁକାଶ୍ମୀରର  ପୁଞ୍ଝରେ ଅଘଟଣ । ସେନା ଟ୍ରକରେ ଗ୍ରେନେଡ ହମଲା । ଗୁରୁବାର ଘଟିଛି ଘଟଣା । ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି । ଆକ୍ରମଣରେ ୫ ଯବାନ ସହିଦ ହୋଇଛନ୍ତି । ଜଣେ ଯବାନ ଆହତ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସହିଦ ଯବାନ ହେଲେ ପୁରୀ ସତ୍ୟବାଦୀ ଆଳୁଗୁମ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ। ଗତବର୍ଷ ସେ ବିବାହ କରିଥିଲେ । ତାଙ୍କର ୫ ମାସର ଶିଶୁ କନ୍ୟା ରହିଛି । ସେ ଗତ ଜାନୁଆରୀରେ ଘରକୁ ଆସିଥିଲେ । ତାଙ୍କ ମତୁ୍ୟ ଖବର ଜାଣିବା ପରେ ପରିବାର ଓ ଆଖପାଖରେ ଶୋକର ଛାୟା ଖେଳିଯାଇଛି ।

ଆତଙ୍କବାଦୀମାନେ ହମଲା କରିବା ପରେ ସେନା ଟ୍ରକରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଯବାନଙ୍କ ଟ୍ରକକୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର