Masthead

ବିଜ୍ଞାପନରେ ଖର୍ଚ୍ଚ ୧୩୦ କୋଟି

ଆସାମ (ବଡ଼ ଖବର ବ୍ୟୁରୋ):ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୩୦ କୋଟିରୁ ଅଧିକ ଟଙ୍କା । ୨ ବର୍ଷ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱର ଆସାମ ସରକାର ବିଜ୍ଞାପନରେ ୧୩୦.୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ସର୍ବାନନ୍ଦ ସୋନୋୱାଲଙ୍କ ସରକାର ତାଙ୍କର ସମ୍ପୂର୍ଣ୍ଣ ୫ ବର୍ଷର କାର୍ଯ୍ୟକାଳରେ ୧୨୫.୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏହି ତୁଳନାରେ ସରମା ବିଜ୍ଞାପନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ଆସାମ ସରକାରଙ୍କ ପକ୍ଷରୁ ବିଧାନସଭାରେ ଏହି ସୂଚନା ଦିଆଯାଇଛି ।

ବିଧାୟକ ଅଖିଲ ଗୋଗୋଇଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଜନସମ୍ପର୍କ ମନ୍ତ୍ରୀ ପିୟୁଷ ହଜାରିକା କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ବର୍ତ୍ତମାନ ସରକାର ୨୦୨୧-୨୨ ଓ ୨୦୨୨-୨୩ ସମୟରେ ବିଜ୍ଞାପନ ପାଇଁ ତାଙ୍କ ବିଭାଗରୁ ପ୍ରାୟ ୧୩୨ କୋଟି ଟଙ୍କା ଜାରି କରିଛନ୍ତି । ସେ କହିଛନ୍ତି, ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ସରକାରୀ ପବ୍ଲିକେଶନ ଆଡର୍ଭଟାଇଜମେଣ୍ଟରେ ମୋଟ ୧୨୫.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା