Masthead

ବିଜ୍ଞାପନରେ ଖର୍ଚ୍ଚ ୧୩୦ କୋଟି

ଆସାମ (ବଡ଼ ଖବର ବ୍ୟୁରୋ):ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୩୦ କୋଟିରୁ ଅଧିକ ଟଙ୍କା । ୨ ବର୍ଷ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱର ଆସାମ ସରକାର ବିଜ୍ଞାପନରେ ୧୩୦.୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ସର୍ବାନନ୍ଦ ସୋନୋୱାଲଙ୍କ ସରକାର ତାଙ୍କର ସମ୍ପୂର୍ଣ୍ଣ ୫ ବର୍ଷର କାର୍ଯ୍ୟକାଳରେ ୧୨୫.୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏହି ତୁଳନାରେ ସରମା ବିଜ୍ଞାପନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ଆସାମ ସରକାରଙ୍କ ପକ୍ଷରୁ ବିଧାନସଭାରେ ଏହି ସୂଚନା ଦିଆଯାଇଛି ।

ବିଧାୟକ ଅଖିଲ ଗୋଗୋଇଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଜନସମ୍ପର୍କ ମନ୍ତ୍ରୀ ପିୟୁଷ ହଜାରିକା କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ବର୍ତ୍ତମାନ ସରକାର ୨୦୨୧-୨୨ ଓ ୨୦୨୨-୨୩ ସମୟରେ ବିଜ୍ଞାପନ ପାଇଁ ତାଙ୍କ ବିଭାଗରୁ ପ୍ରାୟ ୧୩୨ କୋଟି ଟଙ୍କା ଜାରି କରିଛନ୍ତି । ସେ କହିଛନ୍ତି, ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ସରକାରୀ ପବ୍ଲିକେଶନ ଆଡର୍ଭଟାଇଜମେଣ୍ଟରେ ମୋଟ ୧୨୫.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି