Masthead

ଦଳାଚକଟାରେ ୧୫ ମୃତ

ନାଙ୍ଗରହାର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ପାକିସ୍ତାନ ଯିବା ପାଇଁ ଭିସା ପାଇବାକୁ ବୁଧବାର ହଜାର ହଜାର ଆଫଗାନିସ୍ତାନ ନାଗରିକ ଏକ ଷ୍ଟାଡିୟମରେ ମିଳିତ ହୋଇଥିଲେ । ଭିସା ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା । ପ୍ରବଳ ଠେଲାପେଲା ହୋଇଥିଲା । ଏଡି ସମୟରେ କିଛି ଲୋକ ତଳେ ପଡିଯାଇଥିଲେ । ଦଳାଚକଟାରେ ଶ୍ୱାସରୁଦ୍ଧ ହୋଇ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୧୧ଜଣ ମହିଳା ଅଛନ୍ତି ।
ରାଜ୍ୟପାଳ ଅତୁଲ୍ଲା ଖୋଗାନି କହିଛନ୍ତି ଯେ ଭିସା ପାଇବା ପାଇଁ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗଗିତା ହିଁ ୧୫ଜଣଙ୍କ ମୃତ୍ୟୁର କାରଣ ହେଲା । ସେ କହିଛନ୍ତି ଯେ ମୃତ ମହିଳାଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ।
ବୁଧବାର ଅନ୍ୟ ଏକ ଘଟଣାରେ ଉତ୍ତର ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ୩୪ ଆଫଗାନିସ୍ତାନ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ୮ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ତାଖର ପ୍ରଦେଶର ମୁଖ୍ୟ ଡାକ୍ତରଖାନାର ନିର୍ଦ୍ଦେଶକ ରହିମ ବାଖୀଶ ଡାନିଶ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ