Masthead

ଜବରଦଖଲ ଉଚ୍ଛେଦ ପାଇଁ ସିଏମସି କମିଶନରଙ୍କୁ ଦାବିପତ୍ର

କଟକ, (ବଡ଼ ଖବର ବ୍ୟୁରୋ): କଟକ ମହାନଗର ନିଗମ ପାର୍କିଂ ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ଆଜି ସିଏମସି କମିଶନରଙ୍କୁ ଭାରତୀୟ ମାନବାଧିକାର ସଂଗଠନର ଏକ ପ୍ରତିନିଧି ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ପାର୍କିଂ ସ୍ଥାନକୁ ଠିକ ଭାବେ ଚିହ୍ନଟ କରିବା, ପାର୍କିଂ ସ୍ଥାନ ଜଗୁଆଳି ୟୁନିଫର୍ମ ଓ ପରିଚୟପତ୍ର ବ୍ୟବହାର କରିବା, ପାର୍କିଂ ସ୍ଥାନରେ ନିଲାମଧାରୀ ଓ ସ୍ଥାନୀୟ ଥାନାର ଯୋଗାଯୋଗ ନମ୍ବର ଲଗାଇବା, ସିଏମସି ତରଫରୁ ସଠିକ ତଦାରଖ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। କଲେଜଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ପାର୍କିଂ ସ୍ଥାନରେ ଅନେକଗୁଡ଼ିଏ ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ରହିଛି। ଏହି ଦୋକାନୀମାନେ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହା ପୁଣି ବେଆଇନ ଘରୋଇ ସିଲିଣ୍ଡର। ବଡ଼ କଥା ହେଉଛି ପେଟ୍ରୋଲ ପମ୍ପଠାରୁ ମାତ୍ର ୧୦-୧୫ ମିଟର ଦୂରରେ ପାର୍କିଂସ୍ଥାନ ରହିଛି। ଏହା ବାରୁଦ ଗଦା ନିକଟରେ ଦିଆସିଲି ଲଗାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି। କୌଣସି ଅଘଟଣ ଘଟିଲେ ଜନସାଧାରଣଙ୍କ ଧନଜୀବନ ହାନି ହେବା ସମ୍ଭାବନା ରହିଛି। ଏନେଇ ଆଜି କଟକ ମହାନଗର ନିଗମ କମିଶନର, ଟ୍ରାଫିକ ଏସିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତୀୟ ମାନବାଧିକାର ସଂଗଠନ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି, ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ, ଜ୍ଞାନରଞ୍ଜନ ଭୂୟାଁ, ସନ୍ତୋଷ ସାହୁ ପ୍ରମୁଖ କମିଶନରଙ୍କୁ ଭେଟି ଦାବିପତ୍ର ଦେବା ସହ ସମସ୍ୟା ସମାଧାନ ପାଇଁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର