Masthead

୧୫ ଲକ୍ଷ ପିଲା ଅନଲାଇନ କ୍ଲାସରୁ ବଞ୍ଚିତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା କାରଣରୁ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଢବର୍ଷରୁ ଅଧିକ ସମୟ ହେଲାଣି ଅଫଲାଇନ କ୍ଲାସ ହୋଇପାରୁନି । କିନ୍ତୁ ଅନଲାଇନ କ୍ଲାସ କେତେଦୂର ଫଳପ୍ରଦ ହେଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଅନଲାଇନ କ୍ଲାସ ପାଇଁ ମୋବାଇଲ ଫୋନ ଆବଶ୍ୟକ ହେଉଥିବା ବେଳେ ଏପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଫୋନ ନାହିଁ । ଆଉ ଯେଉଁମାନଙ୍କ ପାଖରେ ମୋବାଇଲ ଅଛି ସେ ସ୍ଥାନରେ ନେଟୱାର୍କ ନାହିଁ ।

ଅନେକ ଅଞ୍ଚଳରେ ନେଟୱାର୍କର ଘୋର ଅଭାବ ଦେଖିବାକୁ ମିଳିଥାଏ । ସେହି କାରଣରୁ କିଏ ରାସ୍ତାରେ ବସି ଅନଲାଇନ କ୍ଲାସ କରୁଛନ୍ତ ତ ଆଉ କିଏ ପାହାଡ ଉପରେ ବସି । ଯାହା ବର୍ତ୍ତମାନ ବିପଦଜ୍ଜନକ ହେଉଛି । ଅନଲାଇନ କ୍ଲାସର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ମୋବାଇଲ ଫୋନ ନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଅନଲାଇନ ପାଠପଢାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିପୋର୍ଟ ମାଗିଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ରାଜ୍ୟ ଦେଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୧୫ ଲକ୍ଷ ୮ହଜାର ୯୩୭ ପିଲାଙ୍କ ପାଖରେ ମୋବାଇଲ ନାହିଁ । ଖାଲି ଓଡ଼ିଶା ନୁହଁ ଦେଶରେ ପ୍ରାୟ ୨.୯୬ କୋଟି ପିଲା ଡିଜିଟାଲ ଡିଭାଇସରୁ ବଞ୍ଚିତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ