Before Header

ଫିଟୁଛି ରହସ୍ୟମୟୀଙ୍କ ନୂଆ ରହସ୍ୟ

0 24

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫିଟିଲା ରହସ୍ୟମୟୀଙ୍କ ନୂଆ ରହସ୍ୟ । ଚାନ୍ଦିପୁର ଡିଆରଡିଓରେ ୫ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ଦେଶର ସୁରକ୍ଷା ସର୍ମ୍ପକିତ ଗୋପନୀୟ ତଥ୍ୟ ସମସ୍ତଙ୍କୁ ଦେଉଥିଲେ ଭିନ୍ନ ଭିନ୍ନ ଠିକଣା । ହେଲେ ସେସବୁକୁ ମିଛ ବୋଲି କହିଛନ୍ତି ଏଡିଜି ସଞ୍ଜୟ ପଣ୍ଡା । ସେ କହିଛନ୍ତି ରହସ୍ୟମୟୀ ଜଣକ ପାକିସ୍ତାନରୁ ଅପରେଟ କରୁଥିଲେ ବି ବିଟ୍ରେନ ଆଇପି ଦର୍ଶାଉଥିଲେ । ଏପରିକି ପ୍ରକ୍ସି ଆଇପି ଜରିଆରେ ଫେସବୁକରେ ଚାଟିଂ ଚଳାଇ ପ୍ରେମ ଜାଲରେ ଡିଆରଡିଓ କର୍ମଚାରୀଙ୍କୁ ଫସାଉଥିଲେ ।

ଏବେବି ଯୁବତୀଙ୍କର ଏକାଧିକ ଆକାଉଣ୍ଟ ଆକ୍ଟିଭ ଥିବାରୁ ଏବେ ବି ସେ କିଛି ଲୋକଙ୍କ ସହ ଚାଟିଂ କରୁଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି , ପ୍ରାୟ ଦେଢ ବର୍ଷ ଧରି ଜାନ୍ଦିପୁର କର୍ମଚାରୀଙ୍କୁ ଏପରି ଭାବରେ ନିଜ ପ୍ରେମ ଜାଲରେ ଫସାଇ ସବୁ ତଥ୍ୟ ହାସଲ କରୁଥିଲେ ।

Leave A Reply

Your email address will not be published.