Masthead

ଉତ୍ତରପ୍ରଦେଶରେ ୧ହଜାର ବ୍ଲାକ୍ ଫଙ୍ଗସ୍ ରୋଗୀ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶରେ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ବ୍ଲାକ୍ ଫଙ୍ଗସ ରୋଗୀ ସଂଖ୍ୟା ୧ହଜାରେ ପହଞ୍ôଚଛି । ବ୍ଲକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ୫୪ରୋଗୀଙ୍କ ଆଖି ତଡାଯାଇଛି । ଅ୍ଧମ ୮୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଲକ୍ ଫଙ୍ଗସର ସମ୍ପୂର୍ଣ୍ର ଚିକିତ୍ସା ଠିକ୍ରେ ଆରମ୍ଭ ହୋଇପାରିନି । ରାଜ୍ୟର ବଡ଼ ବଡ଼ ସହରରେ ତୁରନ୍ତ ଚିକିତ୍ସା ଉପଲବ୍ଧ ହେଉଥିଲେ ମଧ୍ୟ ରୋଗୀମାନଙ୍କୁ ଛୋଟ ଛୋଟ ସହରକୁ ପଠାଇ ଦିଆଯାଉଛି । ରୋଗୀ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅବସ୍ଥା ସଂଘାତିକ ହୋଇଯାଉଛି । ଅନେକ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ରୋଗୀ ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ୍ ପାଉ ନାହାନ୍ତି ।

ଗାଜିଆବାଦର ଜଣେ ରୋଗୀ ଇଞ୍ଜେକସନକୁ ଅପେକ୍ଷା କରି କରି ଆଖି ବୁଜିଛନ୍ତି । ଶାହାଜାହାନପୁରରେ ୫ଜଣ ରୋଗୀଙ୍କୁ ବଡ଼ ସହରରକୁ ପଠାଯିବା ବେଳକୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ମୋରଦାବାଦରେ ୧୭ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ସମସ୍ତଙ୍କର ଆଖି ତଡାଯାଇଥିଲା । ସେହିପରି ବାରଣରାସୀରେ ୧୨୮ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣଙ୍କ ଆଖି ତଡାଯାଇଛି । ବିକନୋରର ଏଡିଜେ ରାଜ ପ୍ରସାଦଙ୍କର ବ୍ଲକ୍ ଫଙ୍ଗସରେ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା