Masthead

ଆଜି ପ୍ରକାଶ ପାଇବ ଯୁକ୍ତ-୨ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଆଜି ଯୁକ୍ତ-୨ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇବ । ରାଜ୍ୟରେ ୨ ହଜାରରୁ ଅଧିକ କଲେଜରେ ପ୍ରାୟ ୧ ଲକ୍ଷ ୬୦ ହଜାର ସିଟ୍ ଖାଲି ରହିଛି । ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବା ପରେ ଆସନ୍ତା ୬ ରୁ ୮ ତାରିଖ ମଧ୍ୟରେ ନାମଲେଖା ହେବ । ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ୯୫ ହଜାର ଛାତ୍ରାଛାତ୍ରୀ ନାମଲେଖାଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ୨ ହଜାର ୨୮ଟି ଜୁନିଅର କଲେଜରେ ମୋଟ ୪ ଲକ୍ଷ ୫୩ ହଜାରରୁ ଅଧିକ ସିଟ୍ ରହିଛି । ଅକ୍ଟୋବର ୮ ତାରିଖ ସୁଦ୍ଧା ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଅନଲାଇନରେ ଅପଲୋଡ୍ କରାଯିବ । ଆସନ୍ତା ୧୩ ତାରିଖରେ ସ୍ପଟ୍ ଆଡମିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ୨ଦିନ ମଧ୍ୟରେ ବଳକା ସିଟ୍ ପାଇଁ ଆବେଦନ କରିପାରିବେ । ୧୫ରେ ସ୍ପଟ୍ ଆଡମିସନ୍ ପାଇଁ ଶେଷ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ