Masthead

ଶୋଷ ମେଣ୍ଟାଉଛି ମଇଳ। ପାଣି

ଭଞ୍ଜନଗର: ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ପିଇବା ଉପଯୋଗୀ ପାଣିବୁନ୍ଦେ ପାଇଁ ବଣ ଜଙ୍ଗଲରେ ଘୂରିବୁଲୁଛନ୍ତି ଗ୍ରାମବାସୀ । ଏମିତି ଏକ ବିକଳଦୃଶ୍ୟ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ । ଗାଁ ଗହଳିର ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବରୁଣପୁର ଓ ସମାପଲ୍ଲୀ ଗାଁକୁ ସରକାର ଭୁଲିଯାଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପଞ୍ଚାୟତର ବରୁଣପୁର ଓ ସମାପଲ୍ଲୀ ଗ୍ରାମରେ ବସବାର କରୁଛନ୍ତି ୫୫ରୁ ଅଧିକ ହରିଜନ ପରିବାର । ଏହି ଦୁଇ ଗାଁ ପାଇଁ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି । ପାଣି ମୁନ୍ଦେ ପାଇଁ ଏଠାକାର ଲୋକମାନେ ୧.୫ କିମି ଦୂର ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅ ଉପରେ ନିର୍ଭରଶୀଳ । ଗ୍ରାମରେ ୩ଟି ନଳକୂଅ ଥିଲେ ମଧ୍ୟ ସେଥିରୁ ଆଇରନ ଯୁକ୍ତ ପାଣି ବାହାରୁଥିବାରୁ କୌଣସି କାମକୁ ନୁହଁ । ଖରାଦିନ ଆସିଲେ ଆହୁରି ବଢିଯାଏ ଲୋକଙ୍କ ଦୁର୍ଦ୍ଦଶା ।

ଅନ୍ୟପଟେ ଗ୍ରାମଠାରୁ ୨କିମି ଦୂର ମହାଗୁଡାଠାରେ ନିର୍ମାଣ ହେଉଛି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ । ଯାହାର ପାଇପ ଲାଇନ ମଧ୍ୟ ବିଛାଇ ଦିଆଯାଇଛି । ହେଲେ ବରୁଣପୁର ଓ ସମାପଲ୍ଲୀ ଗ୍ରାମବାସୀଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି । ଏନେଇ ସ୍ଥାନୀୟ ଜନ ପ୍ରତିନିଧ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇବାରୁ ସେ କ୍ୟାମେରା ଆଗରେ କହିବାକୁ ମନା କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ