Masthead

ହାର ମାନିଲା ଛତିଶଗଡ଼, ଓଡ଼ିଶାରୁ ହଟାଇଲା ଟୋଲ ଗେଟ୍

ଉମରକୋଟ(ବଡ଼ ଖବର ବ୍ୟୁରୋ): ନିଜ ଭୁଲ୍ ସ୍ବୀକାର କରି ଓଡ଼ିଶା ଆଗରେ ହାର ମାନିଲା ଛତିଶଗଡ ପ୍ରଶାସନ। ଓଡିଶା ଧାନ ଜଗିବାକୁ ବାହନ କରି ଓଡ଼ିଶା ସୀମା ଭିତରକୁ ଧସେଇ ପଶିଥିଲା ଛତିଶଗଡର ଦେଓଭଗ ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭରିଗୁଡ଼ା ପଞ୍ଚାୟତର ଖପରାଡ଼ିହି ଗ୍ରାମ ଭିତରେ ପଶି ବସାଇଥିଲେ ଅସ୍ଥାୟୀ ଟୋଲ ଗେଟ୍ । ଧାନ ଜଗିବା ବାହନରେ ଓଡ଼ିଶା ଭିତରକୁ କରିଥିଲା ହିନ ଚକ୍ରାନ୍ତ । ଗ୍ରାମବାସୀ ଏହାର ବିରୋଧ କାରିବା ସହ ଗେଟକୁ ହଟାଇବା ପାଇଁ ଦାବି କରିଥିଲେ । ଘଟଣା ସମ୍ପର୍କରେ ଗରମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଚାନ୍ଦାହାଣ୍ଡି ପ୍ରଶାସନ । ତହସିଲଦାର ହୃଦାନନ୍ଦ ସିଂ ମାଝି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଜମି ମାପ୍ ଚିହ୍ନଟ କରିଥିଲେ । ଫାଟକ ହୋଇଥିବା ସ୍ଥାନଟି ଓଡିଶା ଅଞ୍ଚଳର ଏବଂ ନଦୀ ପର୍ଯ୍ୟନ୍ତ ଓଡିଶା ଜମି ରହିଥିବା ଜଣାପଡିଥିଲା ।

ଖପରାଡିହିବାସି ଫାଟକ ନିକଟରେ ପହଞ୍ଚି ପ୍ରବଳ ପ୍ରତିବାଦ କରିଥିଲେ । ସେଠାକାର ଅମିନ କହିଥିଲେ ଗେଟ୍ ଛତିଶଗଡର ଜାଗାରେ ହୋଇଛି । ଓଲଟା ଛତିଶଗଡ ଯାଗାରେ ଓଡିଶା ରାସ୍ତା ଓ ପୋଲ ନିର୍ମାଣ କରିଥିବା ସେ ଦାବି କରିଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ସରଜମିନ ତଦନ୍ତ କରିବା ପାଇଁ ଦାବି କରିଥିଲେ। ତହସିଲଦାର ହୃଦାନନ୍ଦ ସିଂ ମାଝୀ ଓ ଦୁଇ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ମାପ ଚିହ୍ନଟ କରିଥିଲେ ।

ପରେ ଛତିଶଗଡର ଦେଓଭୋଗ ଏସଡିଏମ୍ ଅନୁପମ ଆଶିଷ ଟପୋ ଓ କର୍ମଚାରୀ ଆସିବା ପରେ ପୁଣି ଉଭୟ ପ୍ରଶାସନ ପକ୍ଷରୁ ମାପଚିହ୍ନଟ କରାଯାଇଥିଲା। ମାପ ବେଳେ ଓଡିଶା ଜାଗାରେ ନିର୍ମାଣ ହୋଇଥିବା ଜଣାପଡିଥିଲା। ନଦୀ ଆରପଟେ ଫାଟକ ପାଇଁ ଜାଗା ନଥିବାରୁ ଏଠାରେ ଫାଟକ ନିର୍ମାଣ କରାଯାଇଛି। ଉକ୍ତ ଫାଟକ ନିକଟରେ ନଦୀର ଗାଧୁଆ ତୁଠ ଥିବାରୁ ସେଠାରେ ଫାଟକ ନକରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ । ନଦୀ ନିକଟରେ ଥିବା ଛତିଶଗଡ ଜାଗାରେ ଫାଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏନେଇ ତହସିଲଦାର ହୃଦାନନ୍ଦ ସିଂ ମାଝୀ କହିଛନ୍ତି ଛତିଶଗଡର ଉପଜିଲ୍ଲାପାଳ ଓ ତହସିଲଦାର ଆସି ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଶେଷରେ ଉକ୍ତ ଫାଟକକୁ ଛତିଶଗଡ ସୀମାକୁ ସ୍ଥାନାନ୍ତର କରାଯାଇଛି । ଏବେ କୌଣସି ସୀମା ବିବାଦ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା