କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଅଘଟଣ। ବ୍ରାହ୍ମଣୀ ନଦୀରେ ଯାତ୍ରୀବାହି ଡଙ୍ଗା ବୁଡ଼ି ୨ ନିଖୋଜ । ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କର ଏଯାଏଁ ପତ୍ତା ମିଳିନାହିଁ । ଆଜି ସକାଳେ ୩୦ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେ ସଙ୍ଗେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ୨ ଜଣ ନିଖୋଜ ଥିବା ଜଣାପଡିଛି । ତେବେ ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାଉରିଆ ଥିବା ବେଳେ ଅନ୍ୟଜଣେ ଯାତ୍ରୀ ରହିଛନ୍ତି ।
Prev Post
Next Post
ଆଗକୁ ପଢନ୍ତୁ
