Masthead

ପ୍ରଭାବିତ ଅଞ୍ଚଳରୁ ଘର ଛାଡ଼ିଲେ ୨୨ ଲକ୍ଷ ଲୋକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୁର୍କୀ ଓ ସିରିଆରେ ଭୂମିକମ୍ପ ପରେ ଘର ଛାଡୁଛନ୍ତି ଲୋକେ । ସପ୍ତାହରୁ ଅଧିକ ଦିନ ହୋଇଗଲାଣି ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଭୟଙ୍କର ଭୂକମ୍ପରେ ପ୍ରଭାବିତ ହୋଇଥିବା ଅଞ୍ଚଳରୁ ୨୨ ଲକ୍ଷ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଯାହାଫଳରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ହଜାର-ହଜାର ସଂଖ୍ୟାରେ ଘର ଏବେ ଖାଲି ପଡ଼ିଥିବା ତୁର୍କୀ ରାଷ୍ଟ୍ରପତି ତାୟିପ ଇର୍ଡୋଗାନ୍‌ କହିଛନ୍ତି। ତୁର୍କୀରେ ଉଦ୍ଧାର କାର୍ଯ୍ୟ ସମାପ୍ତ ହେବାକୁ ବସିଥିବାବେଳେ ଭାଙ୍ଗିଯାଇଥିବା ବିଲ୍ଡିଂର ପୁନଃ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ ବୋଲି ତୁର୍କୀ ରାଷ୍ଟ୍ରପତି ତାୟିପ ଇର୍ଡୋଗାନ୍‌ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏକମାସ ଭିତରେ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଭୂକମ୍ପରେ ଭାଙ୍ଗିଯାଇଥିବା ପ୍ରତ୍ୟେକ କୋଠା, କାର୍ୟ୍ୟାଳୟ ପୁଣିଥରେ ନିର୍ମାଣ କରିବା ପରେ ମାଲିକଙ୍କୁ ହସ୍ତାନ୍ତର କରାଯିବ। ଭୂକମ୍ପରେ ୧୦୫,୦୦୦ ଜଣ ଆହତ ହୋଇଥିବାବେଳେ ୧୩,୦୦୦ ଲୋକେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେବି ଭୂମିକମ୍ପ ଭଗ୍ନାବଶେଷ ତଳୁ ଅନେକ ଲୋକ ଓ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ସେପଟେ ଅନେକ ଲୋକେ ନିଜ ନିଜ ଆତ୍ମୟଙ୍କୁ ମଧ୍ୟ ହରାଇଛନ୍ତି । ଆଦିୟାମାନର ୭ ମହଲା ବିଶିଷ୍ଟ ବିଲ୍ଡିଂର ଭଗ୍ନାବଶେଷ ତଳୁ ୨୧୨ ଘଣ୍ଟା ପରେ ଜଣେ ୭୭ ବର୍ଷୀୟା ମହିଳାଙ୍କୁ ରେସ୍କ୍ୟୁ ଟିମ୍‌ ଉଦ୍ଧାର କରିଛି।

ଉଦ୍ଧାର ପରେ ଫାତମା ଗୁନଗୋରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଲଗୋରଙ୍କୁ ସୁରକ୍ଷିତ ଭାବେ ଭଗ୍ନାବଶେଷ ତଳୁ କଢ଼ାଯିବା ପରେ ରେସ୍କ୍ୟୁ ଟିମ୍‌ଙ୍କୁ ତାଙ୍କ ପରିବାର ଲୋକେ ଧନ୍ୟବାଦ ଜଣାଇବା ସହ ଖୁସିରେ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ଭାରତୀୟ ସେନାକୁ ନେଇ ପ୍ରସ୍ତୁତ କରାଯାଇଥିବା ୟୁନାଇଟେଡ୍‌ ନ୍ୟାଶନାଲ ଡିସ୍‌ଏଙ୍ଗେଜ୍‌ମେଣ୍ଟ ଅବଜର୍ଭର ଫୋର୍ସ ବୁଧବାର ରିଲିଫ ସାମଗ୍ରୀ ନେଇ ସିରିଆର ଆଲେପୋରେ ପହଞ୍ଚିଛି। ତୁର୍କୀ-ସିରିଆ ଭୂକମ୍ପରେ ଦୁଇ ଦେଶକୁ ସହଯୋଗ କରିବା ଲାଗି ଭାରତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘ଅପରେଶନ୍‌ ଦୋସ୍ତ’ ଆରମ୍ଭ କରାଯାଇଛି। ଏହା ଜରିଆରେ ଭାରତ ତୁର୍କୀ ଓ ସିରିଆକୁ ରିଲିଫ୍‌ ସାମଗ୍ରୀ ପଠାଉଛି। ଭୂକମ୍ପ ଭଗ୍ନାବଶେଷ ତଳୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ବିଶ୍ୱର ୭୬ଟି ଦେଶ ତୁର୍କୀକୁ ରେସ୍କ୍ୟୁ ଟିମ ପଠାଇଛି। ସହାୟତା ଯୋଗାଉ ଥିବା ଦେଶଗୁଡ଼ିକୁ ତୁର୍କୀ ବହିର୍ବାପାର ମନ୍ତ୍ରୀ ମେଭଲଟ କାଭୁସୋଗ୍ଲୁ ଧନ୍ୟବାଦ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨